ଭାସିଲା ବେଙ୍ଗାଲୁରୁ : ୩ କି.ମି ଯିବାକୁ ଲାଗିଲା ୩ ଘଣ୍ଟା

ଉବୁଟୁବୁ ହେଲା ବେଙ୍ଗାଲୁରୁ। ରାସ୍ତାରେ ଭାସିଲା କାର୍ ଓ ବାଇକ୍। କୁହାଯାଉଛି ଯେ, ରାସ୍ତାରେ ଏତେ ଅଧିକ ପାଣି ଥିଲା ଯେ ୩ କିଲୋମିଟର ଯିବା ପାଇଁ ଲୋକଙ୍କୁ ୩ଘଣ୍ଟା ଲାଗିଥିଲା। ବର୍ଷା ଯୋଗୁ ବେଙ୍ଗାଲୁରୁରେ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଛି।
ବେଙ୍ଗାଲୁରୁ ଅର୍ବାନ ଡିସି କେ ଶ୍ରୀନିବାସ କହିଛନ୍ତି, “ସୋମବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଏଥିପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଙ୍ଗଳବାର ବନ୍ଦ ଘୋଷଣା କରାଯାଇଛି। ବିଭିନ୍ନ ରାସ୍ତାରେ ପାଣି ଜମି ରହିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଥିସହ କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। ଆଜି ମଧ୍ୟ ପ୍ରବଳ ବର୍ଷା ହେବାରୁ ଜନଜୀବନ ପ୍ରଭାବିତ ହୋଇଛି। ଭୀଷଣ ବର୍ଷା ପାଇଁ ରାସ୍ତାରେ ପାଣି ଜମିଯିବାରୁ ଲୋକଙ୍କ ଗାଡ଼ି ଚଳାଇବା ମୁସ୍କିଲ୍ ହୋଇପଡ଼ିଛି।”
ସେହିପରି ତଳିଆ ଅଞ୍ଚଳରେ ଥିବା ଚାଷ ଜମିରେ ପାଣି ମଧ୍ୟ ମାଡ଼ି ଯାଇଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଆଜି ବିଭିନ୍ନ ବର୍ଷା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି। ଏବେ ସରକାର କ୍ଷୟକ୍ଷତିର ଆକଳନ କରୁଛନ୍ତି।
Powered by Froala Editor