ବ୍ୟବସାୟୀଙ୍କ ଅମାବନୀୟ କାଣ୍ଡ : ସାହାଯ୍ୟ କରିଥିବା ସୁରକ୍ଷା କର୍ମୀଙ୍କୁ ପିଟିଲେ
ସାହାଯ୍ୟ କରିବାକୁ ଯାଇ ନିର୍ଦ୍ଧୁମ ମାଡ ଖାଇଛନ୍ତି ସୁରକ୍ଷାକର୍ମୀ । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଘଟଣା ଘଟିଛି ହରିଆଣାର ଗୁରୁଗ୍ରାମରେ । ତେବେ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବ୍ୟବସାୟୀ ଜଣଙ୍କ । ସେଠାରେ ଥିବା ଅନ୍ୟ ସୁରକ୍ଷାକର୍ମୀମାନେ ମାଡି ମାରିଥିବା ବ୍ୟବସାୟୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଛନ୍ତି ।
ଗୁରୁଗ୍ରାମର ଦ କ୍ଲୋଜ ନର୍ଥ ସୋସାଇଟିରେ ରହୁଥିବା ବ୍ୟବସାୟୀ ବରୁଣ ନାଥ ୧୪ ମହଲାରୁ ତଳକୁ ଲିଫ୍ଟ ସହାୟତାରେ ଆସୁଥିଲେ। ଏତିକି ବେଳେ ହଠାତ୍ ଲିଫ୍ଟଟି ଖରାପ ହୋଇଯାଇଥିଲା। ଏହାପରେ ଲିଫ୍ଟରେ ଲାଗିଥିବା ଇଣ୍ଟରକମ୍ ଫୋନ ସହାୟତାରେ ସେ ସିକ୍ୟୁରିଟି ଗାର୍ଡଙ୍କୁ ଫୋନ କରିଥିଲେ। ସିକ୍ୟୁରିଟି ଗାର୍ଡ ଲିଫ୍ଟମ୍ୟାନ ସହାୟତାରେ ୫ ମିନିଟ ମଧ୍ୟରେ ବରୁଣଙ୍କୁ ଲିଫ୍ଟରୁ ବାହାର କରିଥିଲେ। ହେଲେ ଲିପ୍ଟରୁ ବାହାରିବା ପରେ ବରୁଣ ସହଯୋଗ ପାଇଁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଧୁମ ପିଟିଥିଲେ ।
ଏହି ସମସ୍ତ ଘଟଣା ସିସିଟିଭି ଫୁଟେଜରେ କଏଦ୍ ହୋଇଛି, ଯାହା ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେବାରେ ଲାଗିଛି। ସେପଟେ ଅଭିଯୋଗ ହେବା ପରେ ଗୁରୁଗ୍ରାମ ପୁଲିସ ବରୁଣଙ୍କୁ ଗିରଫ କରିଛି।

Powered by Froala Editor