ପକ୍ଷୀ ପାଇଁ ୧୪ ହଜାର ଘର ଅନ୍ଧାର
କୌଣସି ବଜ୍ରପାତ ନଥିଲା କି କିଛି ଅଘଟଣ ଘଟିନଥିଲା । ତାସତ୍ତ୍ୱେ ଆମେରିକାର କାଲିଫର୍ଣ୍ଣିଆ ସହରର ୧୪ ହଜାର ଘର ହଠାତ୍ ଅନ୍ଧାର ହୋଇଗଲା । ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଥିପାଇଁ ବିଦ୍ୟୁତ୍ ବିଭାଗ ନିଜକୁ ଦାୟୀ କରିନଥିବାବେଳେ ଲୋକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଥିଲା । ଶେଷରେ ଜଣାପଡିଥିଲା ଯେ, ଗୋଟିଏ ପକ୍ଷୀ ଯୋଗୁଁ ଏଭଳି ସମସ୍ୟା ହୋଇଥିଲା ।
ରିପୋର୍ଟ ଅନୁଯାୟୀ ଅଗଷ୍ଟ ୨୪ ତାରିଖରେ ଏପରି ଏକ ଘଟଣା ଘଟିଛି । କୌଣସି ମଣିଷ କି ବିଦ୍ୟୁତ୍ ବିଭାଗର କର୍ମଚାରୀ ଏଥି ପାଇଁ ଦାୟୀ ନୁହେଁ ବରଂ ଗୋଟିଏ ପକ୍ଷୀର ଭୁଲ ପାଇଁ ଏପରି ଘଟିଥିବା କହିଛି ବିଦ୍ୟୁତ୍ ବିଭାଗ ।
ଏହି ଘଟଣାକୁ ନେଇ ବିଦ୍ୟୁତ୍ ବିଭାଗ ତାର ପ୍ରତିକ୍ରିୟା ରଖିଥିବା ବେଳେ ଏଥି ପାଇଁ ସେମାନେ ଦାୟୀ ନୁହଁନ୍ତି ବୋଲି ସେ ଦୃଢ଼ୋକ୍ତି ବଢ଼ିଛନ୍ତି । ଆହୁରି ମଧ୍ୟ କହିଛନ୍ତି, କାଲିଫର୍ନିଆରେ ୧୪ ହଜାର ଘରେ ବିଦ୍ୟୁତ୍ କଟିବାର କାରଣ କୌଣସି ବୈଷୟିକ ତ୍ରୁଟି ଯୋଗୁ ହୋଇନାହିଁ । କି ଏଥିରେ କୌଣସି ମଣିଷଙ୍କ ସମ୍ପୃକ୍ତି ନାହିଁ । କେବଳ ଏହା ପକ୍ଷୀ ଯୋଗୁ ହୋଇଛି । ଅଧିକାରୀ ମାନେ କହିଛନ୍ତି ଯେ ସବଷ୍ଟେସନର ଏକ ଉପକରଣ ସହିତ ପକ୍ଷୀ ମୁହାଁମୁହିଁ ହୋଇଥିଲା । ଯାହାଦ୍ୱାରା ବିଦ୍ୟୁତ୍ କଟିଯାଇଥିଲା ।
Powered by Froala Editor