ଟିମ୍ ଇଣ୍ଡିଆର ଦମଦାର୍ ବିଜୟ : ୫ ଓ୍ବିକେଟ୍ରେ ହାରିଲା ପାକିସ୍ତାନ
ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ ହୋଇଛି। ଏସିଆ କପ୍ରେ ମ୍ୟାଚ୍ ହାତେଇ ନେଇଛି ଭାରତ। ୫ ଓ୍ବିକେଟ୍ରେ ପାକିସ୍ତାନକୁ ହରାଇଛି ଟିମ୍ ଇଣ୍ଡିଆ।
ପାକିସ୍ତାନ ଦ୍ଵାରା ନିର୍ଦ୍ଧାରିତ ୧୪୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବହୁ କଷ୍ଟରେ ହାସଲ କରିଛି। ରବୀନ୍ଦ୍ର ଜାଡେଜା(୩୫ ରନ) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା( ୧୭ ବଲ୍ରୁ ୩୩ ରନ)ଙ୍କ ଅପରାଜିତ ଅବିଶ୍ଵସନୀୟ ବ୍ୟାଟିଂ ବଳରେ ଭାରତ ବିଜୟ ହାସଲ କରିଛି। ପାଣ୍ଡ୍ୟା ବିଜୟ ସୂଚକ ଛକା ମାରି ୧୩୦ କୋଟି କୋଟି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ଆତ୍ମହରା କରିଛନ୍ତି। ବିରାଟ କୋହଲି ୩୫ ରନ କରିଛନ୍ତି। ବୋଲିଂରେ ପାଣ୍ଡ୍ୟା ୨୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ପାଣ୍ଡ୍ୟା ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।
ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ୱାନ୍ ସର୍ବାଧିକ ୪୩ ଓ ଇଫତିଖାର ଅହମ୍ମଦ ୨୮ ରନ୍ କରିଥିଲେ। ଅନ୍ୟ କୌଣସି ଖେଳାଳି ଭଲ ଖେଳ ଦେଖାଇ ପାରି ନ ଥିଲେ।ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪, ହାର୍ଦ୍ଦିକ ପାଣ୍ଡ୍ୟା ୩ଟି, ଅର୍ଶଦୀପ ସିଂହ ଓ ଅଭେସ ଖାନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ପାକିସ୍ତାନର ୧୪୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା। ଜବାବରେ ଭାରତ ପ୍ରଥମେ ରାହୁଲଙ୍କ ଓ୍ବିକେଟ୍ ହରାଇଥିଲା। ପରେ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ୟାଭିଲିୟନ୍ ଫେରିଥିଲେ। ଗତ ଟି୨୦ ବିଶ୍ୱକପ୍ରେ ପାକିସ୍ତାନ ଏକତରଫା ଭାବେ ୧୦ ଓ୍ୱିକେଟରେ ମ୍ୟାଚ୍ ଜିତିଥିବାରୁ ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା ଦେଇଛନ୍ତି।
Powered by Froala Editor