କଂଗ୍ରେସରୁ ଇସ୍ତଫା ଦେଲେ ଏମ୍.ଏ. ଖାନ୍

ତେଲେଙ୍ଗାନାର ପୂର୍ବତନ ରାଜ୍ୟସଭା ସାଂସଦ ଏମ୍ଏ ଖାନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ୪ ଦଶନ୍ଦି ଧରି ଦଳ ପାଇଁ କାର୍ଯ୍ୟ କରିଥିବା ଖାନ୍ ତାଙ୍କ ଇସ୍ତଫାପତ୍ରରେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିବା ସହ ଦଳର ଅସଫଳତାକୁ ଦର୍ଶାଇଛନ୍ତି। ସୋନିଆ ଗାନ୍ଧୀଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଲେଖିଛନ୍ତି “କଂଗ୍ରେସ ଲୋକଙ୍କୁ ବୁଝାଇ ପାରିଲା ନାହିଁ ଯେ ସେ ତାର ପୂର୍ବ ଗରିମାକୁ ଫେରାଇ ଆଣିବ ଓ କ୍ଷମତାକୁ ଫେରି ଦେଶକୁ ଆଗକୁ ନେବ। ” ରାହୁଲ ଦଳର ଉପାଧ୍ୟକ୍ଷ ହେବା ଦିନଠାରୁ ଏହାର ପତନ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି। ଛାତ୍ର ରାଜନୀତିରୁ ଦୀର୍ଘ ୪୦ ବର୍ଷ ଧରି ଏମ୍ଏ ଖାନ କଂଗ୍ରେସ ସହ ଜଡ଼ିତ ଥିଲେ।
ଏହା ପୂର୍ବରୁ ଦଳର ବରିଷ୍ଠ ନେତା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲମା ନବୀ ଆଜାଦ କଂଗ୍ରେସ ଛାଡ଼ିଥିଲେ। ସେ ବି ଦଳର ଅବନତୀ ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଥିଲେ। ସୋନିଆ ନାମକୁ ମାତ୍ର। ରାହୁଲ ଗାନ୍ଧୀ, ତାଙ୍କ ସୁରକ୍ଷାକର୍ମୀ ଓ ବ୍ୟକ୍ତିଗତ ସହାୟକ ଦଳର ନିଷ୍ପତ୍ତି ନେଉଛନ୍ତି ବୋଲି କହିଥିଲେ ।
Powered by Froala Editor