ଓପିଏସ୍ ଅଫିସରଙ୍କ ସ୍ତରରେ ଅଦଳ ବଦଳ
କଟକ: ନିକଟରେ ଇନ୍ସପେକ୍ଟର ପାହ୍ୟାରୁ ପଦୋନ୍ନତି ପାଇଥିବା ୮ ଜଣ ନବନିଯୁକ୍ତ ଡିଏସ୍ପିଙ୍କୁ ମିଶାଇ ରାଜ୍ୟ ପୁଲିସ୍ ବାହିନୀରେ ଡିଏସ୍ପି ର୍ୟାଙ୍କ୍ରେ ଥିବା ଓପିଏସ୍ ଅଫିସରଙ୍କ ସ୍ତରରେ ଏକ ବଡ଼ଧରଣର ଅଦଳ ବଦଳ କରାଯାଇଛି । ୧୨୪ ଜଣ ଡିଏସ୍ପି ବଦଳି ହୋଇଥିବା ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ରାଜ୍ୟ ପୁଲିସ୍ ବାହିନୀରେ ବିଭିନ୍ନ ପୁଲିସ୍ ଜିଲ୍ଲାର ସବ୍ଡିଭିଜନ୍ ଏବଂ ପୁଲିସ୍ ସଂସ୍ଥାରେ ଗୋଟିଏ ସ୍ଥାନରେ ଦୀର୍ଘ ଦିନ ହେଲା ରହିଥିବା ଅଫିସରମାନଙ୍କ ସ୍ତରରେ ଅଦଳବଦଳ କରାଯାଇଛି । ସେହିପରି ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ ଇନ୍ସପେକ୍ଟର ପାହ୍ୟାରୁ ଡିଏସ୍ପି ପାହ୍ୟାକୁ ପଦୋନ୍ନତି ପାଇଥିବା ଓପିଏସ୍ ଅଫିସରମାନେ ମଧ୍ୟ ପୁରୁଣା ସ୍ଥାନରେ ରହି କାର୍ୟ୍ୟ କରିଆସୁଥିଲେ । ସମ୍ପୃକ୍ତ ଅଫିସରମାନଙ୍କୁ ଏହି ଅଦଳ ବଦଳ ପ୍ରକ୍ରିୟାରେ ନୂତନ ସ୍ଥାନକୁ ବଦଳି କରାଯାଇଥିବା ସୂଚନା ମିଳିଛି ।
ଅନ୍ୟପକ୍ଷରେ ଓପିଏସ୍ ଅଫିସର ସ୍ତରରେ ଏହି ବଦଳି ପ୍ରକ୍ରିୟାରେ ଭିଜିଲାନ୍ସ ଏବଂ କ୍ରାଇମବ୍ରାଞ୍ଚ ଆଦି ସଂସ୍ଥାରେ ଖାଲିପଡ଼ିଥିବା ଡିଏସ୍ପି ପଦବି ପୂରଣ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
Powered by Froala Editor