ଜାତୀୟ ଚାମ୍ପିୟନଶିପ୍ରେ କେନ୍ଦୁଝର କିକ୍ବକ୍ସରଙ୍କ ଚମକ : ଗୋଟିଏ ସ୍ୱର୍ଣ୍ଣ ସହ ମିଳିଲା ୩ ବୋଞ୍ଜ ପଦକ

ୱାକୋଇଣ୍ଡିଆ ନ୍ୟାଶନାଲ ସିନିୟର ଏବଂ ମାଷ୍ଟର୍ସକିକ୍ବକ୍ସିଂ ଚାମ୍ପିୟନଶିପ୍ରେ କେନ୍ଦୁଝର ୪ଟି ପଦକ ହାସଲ କରିଛି । ସେଥିରୁ ଗୋଟିଏ ସ୍ୱର୍ଣ୍ଣ ଓ ଆଉ ୩ଟି ବ୍ରୋଞ୍ଜ ମେଡାଲ । ପ୍ରତିଯୋଗିତାରେ ଭାଗ ନେଇଥିବା କେନ୍ଦୁଝରର ଖେଳାଳିମାନେ ହେଲେ ଆଶିଷ ରାଉତ, ଯଶପ୍ରୀତସିଂ, ବୁଧୁରାମମୁଣ୍ଡା, ପୱନଦୀପ ସିଂ ଏବଂ ହରିହର ବାରିକ । ଆଶିଷ ରାଉତ ସ୍ୱର୍ଣ୍ଣ ଜିତିଥିବାବେଳେ ଯଶପ୍ରୀତ ସିଂ ଡବଲ୍ବ୍ରୋଞ୍ଜ ଏବଂ ବୁଧୁରାମ ମୁଣ୍ଡା ଗୋଟିଏ ବ୍ରୋଞ୍ଜ ପାଇଛନ୍ତି । ପୱନଦୀପ ଏବଂ ହରିହର କ୍ୱାର୍ଟର ଫାଇନାଲ ଖେଳିଛନ୍ତି । ଜେଏସ୍ଡବ୍ଲୁୃ୍ୟ ଫାଉଣ୍ଡେଶନ କେନ୍ଦୁଝର କିକ୍ବକ୍ସରଙ୍କୁ ପ୍ରାୟୋଜିତ କରିଥିଲା । ଅଗଷ୍ଟ ୧୮ରୁ ୨୨ ପର୍ଯ୍ୟନ୍ତ ତାମିଲନାଡ଼ୁର ଚେନ୍ନାଇରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମନ୍ଜିତ୍ସିଂଙ୍କ ତତ୍ତ୍ୱାବଧାନରେ ଏହି କିକ୍ବକ୍ସରମାନେ ଅଧିକରୁ ଅଧିକ ମେଡାଲ ଜିତିବା ପାଇଁ ବିଭିନ୍ନବର୍ଗରେ ଦେଶର ଅନେକ ପ୍ରତିଭାବାନ୍ ଖେଳାଳିଙ୍କ ସହ ପ୍ରତିଯୋଗିତା କରିଥିଲେ ।
ୱାକୋ ଓଡ଼ିଶାର ମୁଖ୍ୟକୋଚ୍ ଏବଂ ସ୍ପୋର୍ଟ୍ସ କିକ୍ବକ୍ସିଂ ଆସୋସିଏଶନ ଅଫ୍ କେନ୍ଦୁଝରର ସାଧାରଣ ସମ୍ପାଦକ ମନ୍ଜିତ୍ ସିଂ ଖେଳାଳିଙ୍କ ପ୍ରଦର୍ଶନ ପାଇଁ ଖୁସି ଥିବା କହିଛନ୍ତି । କେନ୍ଦୁଝର ଜିଲାର ୫ ପ୍ରତିଭାବାନ୍ କିକ୍ବକ୍ସରଙ୍କ ଜାତୀୟସ୍ତରରେ ଏଭଳି ପ୍ରଦର୍ଶନ ବାସ୍ତବରେ ମୋ ପାଇଁ ଗର୍ବର ମୂହୁର୍ତ୍ତ ବୋଲି ସେ ପ୍ରକାଶ କରିଛନ୍ତି । ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେଶନ କର୍ତ୍ତୃପକ୍ଷ ଏହି ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
୨୬ ରାଜ୍ୟରୁ ପ୍ରାୟ ୧,୧୫୦ କିକ୍ବକ୍ସର ଚାମ୍ପିୟନଶିପ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪୦ ଜଣ ଓଡ଼ିଶାର ଥିବାବେଳେ ଏହି ଚାମ୍ପିୟନଶିପ୍ରେ ଓଡ଼ିଶା ୩୧ଟି ପଦକ ଜିତିଛି । ଚାମ୍ପିୟନଶିପ୍ରେ କେନ୍ଦୁଝର ୫ କିକ୍ବକ୍ସର ଭାଗ ନେଇଥିଲେ ।

Powered by Froala Editor