୩୦ ହଜାର ଫୁଟ୍ ଉଚ୍ଚରେ ବିମାନ ଉଡୁଥିବାବେଳେ ବେହୋସ ହୋଇଗଲେ ପାଇଲଟ

୩୦ ହଜାର ଫୁଟ୍ ଉଚ୍ଚରେ ବିମାନ ଉଡୁଥିବାବେଳେ ହଠାତ୍ ବେହୋସ ହୋଇଗଲେ ପାଇଲଟ । ଶୁଣିଲେ ଛାତିରେ ଛନକା ପଶିଯାଉଛି ନା । କିନ୍ତୁ ଏ କଥା ସତ । ୩ ଦିନ ତଳେ ଜେଟ୍-୨ ବିମାନ ବ୍ରିଟେନର ବର୍ମିଂହାମ ବିମାନବନ୍ଦରରୁ ତୁର୍କୀର ଆଣ୍ଟାଲିଆ ବିମାନବନ୍ଦରକୁ ଯାତ୍ରା କରୁଥିଲା।
ଏହି ସମୟରେ ବିମାନଟି ୩୦ ହଜାର ଫୁଟ ଉଚ୍ଚରେ ଉଡୁଥିବା ବେଳେ ହଠାତ୍ ବେହୋସ ହୋଇପଡ଼ିଥିଲେ ପାଇଲଟ। ଏହା ଜାଣି ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପାଇଲଟ୍ଙ୍କୁ କକ୍ପିଟ୍ ଭିତରେ ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଫଳରେ ବିମାନଟି ଜରୁରିକାଳୀନ ପରିସ୍ଥିତିରେ ଗ୍ରୀସ୍ରେ ଅବତରଣ କରିଥିଲା। ବିମାନ ସେବା ଏହି ସୂଚନା ଦେବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। କିନ୍ତୁ ପରେ ପାଇଲଟ ସେମାନଙ୍କୁ ବୁଝାଇବା ପରେ ଯାତ୍ରୀମାନେ ଶାନ୍ତ ପଡ଼ିଥିଲେ।
ଏହି ଘଟଣା ଅଗଷ୍ଟ ୨୩ରେ ଘଟିଥିଲା। ଯାତ୍ରୀମାନଙ୍କୁ ବିମାନରେ କିଛି ଅସୁବିଧା ଥିବା କୁହାଯାଇଥିଲା। କିଛି ଲୋକ ଦେଖିଥିଲେ, ଅନେକ କ୍ରୁ ସଦସ୍ୟ କକ୍ପିଟ୍ ଛାଡ଼ିଛନ୍ତି। ଏହା ପରେ ତାଙ୍କୁ କୁହାଯାଇଥିଲା ଡାକ୍ତରୀ ଜରୁରିକାଳୀନ ପରିସ୍ଥିତି ଯୋଗୁ ବିମାନଟି ଗ୍ରୀସରେ ଅବତରଣ କରିବାକୁ ଯାଉଛି। ସେପର୍ଯ୍ୟନ୍ତ ଅନେକ ଲୋକ ଭାବିଥିଲେ ଯେ ହୁଏତ କିଛି ଯାତ୍ରୀ କିମ୍ବା ଏୟାର ହୋଷ୍ଟେସଙ୍କ ସହିତ କିଛି ଘଟିଥାଇପାରେ। କିନ୍ତୁ ଯେତେବେଳେ ଏହା ଜାଣିବାକୁ ପାଇଲା ବିମାନ ଉଡ଼ାଇଥିବା ପାଇଲଟ ଚେତାଶୂନ୍ୟ ଥିଲେ, ସେତେବେଳେ ସମସ୍ତଙ୍କ ହୋସ୍ ଉଡ଼ିଯାଇଥିଲା।
Powered by Froala Editor