ବୟଫ୍ରେଣ୍ଡ ପାଇଁ ବସ୍ଷ୍ଟାଣ୍ଡରେ ଦୁଇ ପ୍ରେମିକା ପିଟାପିଟି
ଗୋଟିଏ ବୟଫ୍ରେଣ୍ଡ ପାଇଁ ଲୋକଙ୍କ ଆଗରେ ଘମାଘୋଟ ମାରପିଟ ହୋଇଛନ୍ତି ଦୁଇ ଗାର୍ଲଫ୍ରେଣ୍ଡ । ଦୁଇ ଜଣ ଯାକ ଜଣକୁ ନିଜ ବୟଫ୍ରେଣ୍ଡ କହୁଥିବାବେଳେ ଆରୋପ ପ୍ରତ୍ର୍ୟାରୋପ କରିଚାଲିଥିଲେ । ପ୍ରଥମେ ଯୁକ୍ତିତର୍କ ପରେ ଝଗଡା ସୀମା ଟପିଥିଲା । ପରିସ୍ଥିତି ଏମିତି ହେଲା ଯେ, ବୟଫ୍ରେଣ୍ଡ ମଧ୍ୟ ସ୍ଥାନ ଛାଡି ପଳାଇଲା ।
ମହାରାଷ୍ଟ୍ରର ପୈଥାନ ଜିଲ୍ଲାରେ ଥିବା ଗୋଟିଏ ବସଷ୍ଟାଣ୍ଡରେ ଏପରି ଘଟଣା ଘଟିଛି। ମାରପିଟ କରିଥିବା ଦୁଇ ଝିଅଙ୍କ ବୟସ ୧୭ ବର୍ଷ। ଏହି କାରଣରୁ ସେମାନଙ୍କ ନାଁ କିମ୍ବା ମୁହଁ ସାର୍ବଜନୀନ କରାଯାଇନି। କିନ୍ତୁ ଏମିତି ଏକ ଘଟଣା ବୁଧବାର ଘଟିଥିବା ପୁଲିସ୍ ସୂଚନା ଦେଇଛି।
ପୁଲିସ କହିଛି ପୈଥାନର ଗୋଟିଏ ବସଷ୍ଟାଣ୍ଡରେ ପ୍ରଥମେ ଗୋଟିଏ ଝିଅ ତାଙ୍କ ବୟଫ୍ରେଣ୍ଡ ସହ ବସଷ୍ଟାଣ୍ଡକୁ ଆସିଥିଲେ। ସେମାନେ କଥାବାର୍ତ୍ତା ହେଉଥିବା ବେଳେ ଅନ୍ୟ ଜଣେ ଝିଅ ତୁରନ୍ତ ବସ୍ଷ୍ଟାଣ୍ଡରେ ପହଞ୍ଚି ପୁଅ ଉପରେ ନିଜର ହକ ଜାହିର କରିଥିଲେ।
ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଉଭୟ ଉକ୍ତ ପିଲାକୁ ନିଜର ପ୍ରେମିକ କହିବାରୁ କଥା ହାତାହାତି ଯାଏ ଯାଇଥିଲା। ଅନେକ ଲୋକ ଏହାକୁ ଦେଖୁଥିଲେ ହେଁ କେହି ବି ପ୍ରତିବାଦ କରି ନଥିଲେ। ସେହିପରି ପୁଅଟି ମଧ୍ୟ ମାରପିଟ ଦେଖି ଚୁପଚାପ ସେଠାରୁ ଚାଲି ଯାଇଥିଲା।
ଦୀର୍ଘ ସମୟ ଧରି ଏହି ହାଇଡ୍ରାମା ଚାଲିଥିବା ବେଳେ ଶେଷରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟ କିଶୋରୀଙ୍କୁ ପୁଲିସ୍ ନିଜ ସହ ଥାନାକୁ ଆଣି ପଚରାଉଚରା କରୁଥିଲା। ସେଠାରେ କାଉନସେଲିଂ ପରେ ଉଭୟଙ୍କୁ ଛାଡ଼ି ଦିଆଯାଇଥିଲା।
Powered by Froala Editor