କ୍ୟାପିଟାଲ ହସ୍ପିଟାଲରେ ପିଜି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମତି
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୨୦୨୨-୨୩ ଶିକ୍ଷା ବର୍ଷରୁ ପିଜି ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ଅନୁମତି ମିଳିଛିି। ପ୍ରଥମ ପର୍ୟ୍ୟାୟରେ ଜେନେରାଲ ସର୍ଜରୀ ବିଭାଗରେ ୫ଟି ପିଜି ସିଟରେ ନାମ ଲେଖାଇବାକୁ ଜାତୀୟ ମେଡିକାଲ କମିଶନଙ୍କ ମେଡିକାଲ ଆସେସମେଂଟ ଆଣ୍ଡ ରେଟିଂ ବୋର୍ଡ(ଏମଏଆରବି) ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ‘ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ’ (ପିଜିଆଇଏମଇଆର) ଭାବେ ବିକଶିତ କରି ୨୦୨୨-୨୩ ଶିକ୍ଷା ବର୍ଷରୁ ୧୫ଟି ବିଭାଗର ପିଜି ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଥିଲେ ।
ଜାତୀୟ ମେଡିକାଲ କମିଶନଙ୍କ ଏମଏଆରବି( ପିଜି ବିଭାଗ) ଆଜି କ୍ୟାପିଟାଲ ହସ୍ପିଟାଲସ୍ଥିତ ପିଜିଏମଇଆର ପ୍ରିନ୍ସିପାଲଙ୍କୁ ଚିଠି ଲେଖାଯାଇ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ଏହି ପିଜିଏମଇଆରରେ ୨୦୨୨-୨୩ ଶିକ୍ଷା ବର୍ଷରୁ ଜେନେରାଲ ସର୍ଜରୀ ବିଭାଗରେ ୫ଟି ସିଟରେ ପାଠପଢ଼ା ଆରମ୍ଭ ନିମନ୍ତେ ଅନୁମତି ଦିଆଯାଇଛି । ଏଥିପାଇଁ ଏମଏଆରବି ଦ୍ୱାରା ଜୁଲାଇ ୧୩ତାରିଖରେ କ୍ୟାପିଟାଲ ହସ୍ପିଟାଲର ଏହି ପିଜିଏମଇଆରରେ ପଢ଼ାଇବାକୁ ଥିବା ଅଧ୍ୟାପକ,ସେମାନଙ୍କର ଅଭିଜ୍ଞତା ଓ ଅନ୍ୟାନ୍ୟ ଶିକ୍ଷଣୀୟ ସୁବିଧସୁଯୋଗ ଓ ଭିତ୍ତିଭୂମିର ଅନୁଧ୍ୟାନ କରାଯାଇଥିଲା । ଜାତୀୟ ମେଡିକାଲ କମିଶନଙ୍କ ପ୍ରାବଧାନ ମୁତାବକ ପିଜିଆଇଏମଇଆର କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ଭିତ୍ତିଭୂମି ସହ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, କୋଠା, ଉପକରଣ ଓ ହସ୍ପିଟାଲ ସୁବିଧା ଏହି ସିଟରେ ପଢ଼ିବାକୁ ଥିବା ପିଲାମାନଙ୍କ ନିମନ୍ତେ ଉପଲବ୍ଧ କରିବାକୁ କୁହାଯାଇଛି ।
Powered by Froala Editor