ପାକିସ୍ତାନରେ ବ୍ରହ୍ମୋସ ମିସାଇଲ୍ ପଡ଼ିବା ଘଟଣା : ଜଣେ ଗ୍ରୁପ୍ କ୍ୟାପ୍ଟେନ୍ ଓ ଦୁଇ ୱିଙ୍ଗ କମାଣ୍ଡର ନିଲମ୍ବିତ
ପାକିସ୍ତାନରେ ଭୁଲ ବଶତଃ ବ୍ରହ୍ମୋସ ମିସାଇଲ୍ ପଡ଼ିବା ଘଟଣାରେ ବାୟୁସେନାର ୩ ଅଫିସରଙ୍କୁ ବରଖାସ୍ତ କରାଯାଇଛି। ଏନେଇ ବାୟୁ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଖୁବ୍ଶୀଘ୍ର ନିଲମ୍ବିତ ଅଫିସରମାନଙ୍କୁ ଚିଠି ପଠାଇ ଦିଆଯିବ ବୋଲି ବାୟୁ ସେନା କହିଛି। ମିଳିଥିବା ସୂଚନା ଅନୁସାରେ ଜଣେ ଗ୍ରୁପ୍ କ୍ୟାପ୍ଟେନ୍ ଓ ଦୁଇ ୱିଙ୍ଗ କମାଣ୍ଡର ନିଲମ୍ବିତ ହୋଇଛନ୍ତି।
୨୦୨୨ ମାର୍ଚ୍ଚ ୯ରେ ଗୋଟିଏ ବ୍ରହ୍ମୋସ ମିସାଇଲ ଦୁର୍ଘଟଣାବଶତଃ ଉତକ୍ଷେପଣ ହୋଇଯାଇଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିଲା। ତେବେ ପାକିସ୍ତାନ ଏହାକୁ ନେଇ ଆପତ୍ତି ଉଠାଇଥିଲା। ଏହାପରେ ଭାରତ ପକ୍ଷରୁ ସ୍ପଷ୍ଟୀକରଣ ଦେଇ ଭୁଲ୍ରେ ମିସାଇଲ୍ ପଡ଼ିଯାଇଥିଲା ବୋଲି କୁହାଯାଇଥିଲା। ଏହାପରେ ଘଟଣାର ତଦନ୍ତ ପାଇଁ ଏକ କୋର୍ଟ ଅଫ୍ ଇନ୍କୁଆରୀ (ସିଓଆଇ) ଗଠନ କରାଯାଇଥିଲା। ସିଓଆଇ ତଦନ୍ତ କରିବା ପରେ ଘଟଣା ପାଇଁ ୩ ଜଣଙ୍କୁ ମୁଖ୍ୟତଃ ଦାୟୀ କରାଯାଇଥିଲା। ତେଣୁ ସେମାନଙ୍କୁ ତତ୍କାଳ ଭାବେ ଚାକିରିରୁ ବାହାର କରି ଦିଆଯାଇଛି।
Powered by Froala Editor