ଆସିଲା ନୂଆ ଟିକା ସଞ୍ଜୀବନୀ
ନୂଆଦିଲ୍ଲୀ:ସଞ୍ଜୀବନୀ ଟିକାକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି । ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଏକ ନୂଆ ଟିକା ସବୁ ପ୍ରକାର କରୋନା ଭୂତାଣୁ ସଂକ୍ରମଣ ଉପରେ ପ୍ରଭାବୀ ବୋଲି ଜାଣିବାକୁ ମିଳିଛି । ବିଶ୍ୱବ୍ୟାପୀ ମୃତୁ୍ୟ ବିଭୀଷିକା ରଚିଥିବା ବି୍ରଟେନ, ବ୍ରାଜିଲ ଓ ଦକ୍ଷିଣ ଆଫି୍ରକା ଭାରିଆଣ୍ଟ ବିରୋଧରେ ମଧ୍ୟ ଟିକାଟି ଭଲ କାମ କରୁଛି । ନେଚର ପତି୍ରକାରେ ଏ ସଂକ୍ରାନ୍ତ ପ୍ରକାଶିତ ଏକ ରିପୋର୍ଟ ମୁତାବକ ବାଦୁଡ଼ି ସହ ଜଡ଼ିତ ଅତ୍ୟ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବାରେ ଏହି ନୂଆ ଟିକା ପ୍ରଭାବୀ ସାବ୍ୟସ୍ତ ହେବ । ତେଣୁ ଭବିଷ୍ୟତରେ ସମ୍ଭାବ୍ୟ ନୂଆ ମହାମାରୀକୁ ଏହା ରୋକିବ ବୋଲି ଆଶା । ବର୍ତ୍ତମାନ ପରିପ୍ରେକ୍ଷୀରେ ସାର୍ସ-କୋଭ-୨ ସମେତ ଅନ୍ୟ ସବୁପ୍ରକାର କରୋନା ଉପରେ ଟିକାଟି ପ୍ରଭାବୀ ବୋଲି ମୂଷା ଓ ମାଙ୍କଡ଼ ଉପରେ ହୋଇଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ଗବେଷକମାନେ କହିଛନ୍ତି, ମନୁଷ୍ୟ ପାଇଁ ଟିକାଟି ବେଶ ଉପଯୋଗୀ ହେବ । ଟିକା ନେବା ପରେ ଶରୀରରେ ସୃଷ୍ଟି ହେବାକୁ ଥିବା ଆଣ୍ଟିବଡ଼ି ସବୁ ପ୍ରକାର କରୋନାକୁ ରୋକିବ ଏବଂ ନିଷ୍କି୍ରୟ କରିଦେବ । ଆମେରିକାସ୍ଥିତ ନୁ୍ୟଜ ୟୁନିଭର୍ସିଟିର ହୁ୍ୟମାନ ଭାକ୍ସିନ ଇନଷ୍ଟିଚୁ୍ୟଟରେ କେ ବାର୍ଟନ ଏମ ହେନ୍ସ କହିଛନ୍ତି, ଆମେ ବସନ୍ତ ଋତୁ ବେଳକୁ ଏହି ଟିକା ଉପରେ କାର୍ଯ୍ୟ ଆରମ୍ଭ କରିଥିଲୁ । ସବୁ ଭୂତାଣୁ ଭଳି ସାର୍ସ-କୋଭ-୨ ର ମଧ୍ୟ ନୂଆ ସ୍ୱରୂପ ବିକଶିତ ହେବା ଆଶଙ୍କା ରହିଥିବାରୁ ଆମେ ତାହାର ପ୍ରତିକାର ନେଇ ମଧ୍ୟ ଗବେଷଣା ଜାରି ରଖିଥିଲୁ । ଶେଷରେ ଆମେ ଏଭଳି ଏକ ଟିକା ବିକଶିତ କରିଛୁ, ଯାହା ସବୁ ପ୍ରକାର କରୋନା ଭୂତାଣୁ ଉପରେ ପ୍ରଭାବୀ ସାବ୍ୟସ୍ତ ହୋଇଛି । ମାଙ୍କଡ଼ ଓ ମୂଷା ଉପରେ ଏହାର ପ୍ରୟୋଗ ସଫଳ ହୋଇଛି ।
Powered by Froala Editor