ଦୁର୍ଘଟଣାସ୍ଥଳରେ ପୁଣି ଦୁର୍ଘଟଣା, ଚାଲିଗଲା ୩୨ ଜଣଙ୍କ ଜୀବନ

ଦୁଇ ଦୁଇଟି ଦୁର୍ଘଟଣା ଘଟି ୩୨ ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ଯ୍ୟ ଚଳାଇଥିବାବେଳେ ପୁଣି ସେଠାରେ ଏକ ବସ୍ ଦୁର୍ଘଟଣା ଘଟାଇଥିଲା । ଏ ଘଟଣା ଶନିବାର ଦିନ ଦକ୍ଷିଣ ତୁର୍କୀରେ ଘଟିଥିଲା । ସେହିପରି, ମାର୍ଡିନ୍ ଜିଲ୍ଲାର ଦେରିକ୍ ପୂର୍ବାଞ୍ଚଳର ୨୫୦ କିମି ଦୂରବର୍ତ୍ତୀ ଏକ ସ୍ଥାନରେ ଗୋଟାଏ ଟ୍ରକ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଶନିବାର ସକାଳ ପ୍ରାୟ ୧୦.୪୫ରେ ଗୋଟାଏ ଯାତ୍ରୀବାହୀ ବସ୍ ଦକ୍ଷିଣ ତୁର୍କୀରେ ଦୁର୍ଘଟଣା ଘଟାଇଥିଲା। ସେଠାରେ ଦମକଳ ବାହିନୀ, ଡାକ୍ତରୀ ଟିମ୍ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ କରୁଥିଲେ। ଏହି ସମୟରେ ୨୦୦ ମିଟର୍ ପଛରୁ ଆଉ ଏକ ବସ୍ ଆସି ଧକ୍କା ଖାଇଥିଲା। ପରେ ଧକ୍କା ଦେଇଥିବା ଦ୍ବିତୀୟ ବସ୍ଟି କଡ଼େଇ ହୋଇପଡ଼ିବାରୁ ଉଦ୍ଧାରକାରୀ ମଧ୍ୟ ମୃତାହତ ହୋଇଥିଲେ। ଏଭଳି ଦୁଇଟି ଦୁର୍ଘଟଣା ଯୋଗୁଁ ୩୨ ଜଣଙ୍କ ଜୀବନ ଚାଲିଯାଇଛି ।
ଦକ୍ଷିଣପୂର୍ବାଞ୍ଚଳ ପ୍ରଦେଶ ଗାଜିଆନ୍ତେପ୍ର ଆଞ୍ଚଳିକ ରାଜ୍ୟପାଳ ଦାବୁତ୍ ଗୁଲ୍ କହିଛନ୍ତି, ଆଗରୁ ଦୁର୍ଘଟଣା ଘଟିଥିବା ସ୍ଥାନରେ ପୁଣି ଗୋଟାଏ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଜରୁରୀକାଳୀନ କର୍ମୀ ଏବଂ ସାମ୍ବାଦିକଙ୍କ ସମେତ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଆଉ ୨୦ଜଣ ଚିକିତ୍ସାଧୀନ ଅଛନ୍ତି।
ସେହିପରି, ମାର୍ଡିନ୍ ଜିଲ୍ଲାର ଦେରିକ୍ ପୂର୍ବାଞ୍ଚଳର ୨୫୦ କିମି ଦୂରବର୍ତ୍ତୀ ଏକ ସ୍ଥାନରେ ଗୋଟାଏ ଟ୍ରକ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିଯୋଗୁଁ ଆଉ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା

Powered by Froala Editor