ମହିଳାଙ୍କୁ କଚାଡି ଫିଙ୍ଗି ଦେଲା ହାତୀ
ରାଉରକେଲା : ହାତୀ ଆକ୍ରମଣରେ ମହିଳା ମୃତ । ସୁନ୍ଦରଗଡ଼ ରାଜଗାଙ୍ଗପୁର ମାଲଡିହି ପଞ୍ଚାୟତ ଦୁଡି ଗାଁ ଟୁଙ୍ଗୁରୀ ଟୋଲିର ଘଟଣା । ମୃତକ ଯାସମାନି ମିଞ୍ଜ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ରବିବାର ସକାଳ ସମୟରେ ଯାସମାନି ମିଞ୍ଜ ବାରିପଟକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ପାଖ ଜଙ୍ଗଲରେ ହାତୀଟି ପଶିଆଶିଥିଲା । ଏହି ସମୟରେ ଯାସମାନି ମିଞ୍ଜଙ୍କୁ ଶୁଣ୍ଢରେ କଚାଡି ଫିଙ୍ଗି ଦେଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଖବର ଶୁଣି ଘଟମାସ୍ଥଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।
Powered by Froala Editor