ରାଜ୍ୟରେ ୩୮୫ କୋଭିଡ୍ ପଜିଟିଭ୍ ଚିହ୍ନଟ
ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୪ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୬୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୫୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୪୪୫୪ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
୨୬ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୮୫ ଜଣ, ସୁନ୍ଦରଗଡ଼ରୁ ୮୩ ଜଣ, ସମ୍ବଲପୁରରୁ ୨୨ ଜଣ, ବଲାଙ୍ଗୀରରୁ ୨୦ ଜଣ, କଳାହାଣ୍ଡିରୁ ୧୭ ଜଣ, ବରଗଡ଼ରୁ ୧୫ ଜଣ, ମୟୂରଭଞ୍ଜରୁ ୧୪ ଜଣ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ୧୩ ଜଣ ଲେଖାଁଏ, ନୟାଗଡ଼ରୁ ୧୧ ଜଣ, କଟକରୁ ୧୦ ଜଣ, ବୌଦ୍ଧରୁ ୮ ଜଣ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲା ୭ ଜଣ ଲେଖାଁଏ, ଗଜପତି ଓ ଯାଜପୁର ଜିଲ୍ଲାରୁ ୬ ଜଣ ଲେଖାଁଏ, ଦେବଗଡ଼, ଝାରସୁଗୁଡ଼ା,କୋରାପୁଟ,ରାୟଗଡ଼ା ଓ ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଁଏ, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାରୁ ୨ ଜଣ ଲେଖାଁଏ, ଜଗତସିଂହପୁରରୁ ଜଣେ ଏବଂ ଷ୍ଟେଟ୍ ପୁଲ୍ରୁ ୨୧ ଜଣ ଆକ୍ରାନ୍ତ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୨୪୪୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୭୯୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୧୨୪୪୯ ଜଣ ସୁସ୍ଥ ହୋଇଛନ୍ତି ।
Powered by Froala Editor