Dolo-650 ଲେଖିବାକୁ ଡାକ୍ତରମାନଙ୍କୁ ଦିଆଯାଇଛି ୧୦୦୦ କୋଟିର ଲାଞ୍ଚ
କରୋନା ସମୟରେ ଔଷଧ କମ୍ପାନୀ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା ଲୋକଙ୍କୁ ଲୁଟିଥିବାର ନଜିର ରହିଛି। ପାରାସିଟାମଲ ବଟିକା ଡୋଲୋ-୬୫୦ ଉତ୍ପାଦନକାରୀ କମ୍ପାନି ମାଇକ୍ରୋ ଲାବ୍ସ ଡାକ୍ତରଙ୍କୁ ପ୍ରଲୋଭିତ କରି ନିଜର ବଟିକାର ବିକ୍ରି ବଢାଇଥିଲା ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛି ଫେଡେରେସନ ଅଫ ମେଡିକାଲ ଓ ଏଲ୍ସ ରିପ୍ରେଜେଣ୍ଟିଭ ଆସୋସିଏସନ ଅଫ ଇଣ୍ଡିଆ । ଡାକ୍ତରମାନଙ୍କୁ ପ୍ରଲୋଭିତ କରିବାକୁ କମ୍ପାନି ପ୍ରାୟ ୧ ହଜାର କୋଟି ବ୍ୟୟ କରିଥିଲା । ଏହାର ପ୍ରତିବଦଳରେ ଡାକ୍ତର ଓ ମେଡିକାଲ ପ୍ରଫେସନାଲମାନେ କମ୍ପାନିର ପ୍ରଡକ୍ଟ ବ୍ୟବହାର ପାଇଁ ଲୋକମାନଙ୍କୁ ପ୍ରେତ୍ସାହିତ କରୁଥିଲେ ।
ସଂଘ ପକ୍ଷରୁ ଓକିଲାତି କରୁଥିବା ବରିଷ୍ଠ ଓକିଲ ସଞ୍ଜୟ ପାରିଖ ଆଜି ସର୍ବୋଚ୍ଚ ଅଦାଲତଙ୍କ ପାଖରେ ଏଭଳି ଆଶ୍ଚର୍ଯ୍ୟକର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରୋଗୀମାନଙ୍କୁ Dolo 650 ଔଷଧ ଲେଖିବାକୁ ଡୋଲୋ କମ୍ପାନୀ ଡାକ୍ତରଙ୍କ ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। କମ୍ପାନୀ କଥାରେ ପଡ଼ି ଡାକ୍ତରମାନେ ମଧ୍ୟ ରୋଗୀକୁ କୋଭିଡ୍ ବିରୋଧରେ ପ୍ରଭାବହୀନ ଔଷଧ ଲେଖୁଥିଲେ। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(CBDT)ରୁ ସେ ଏହି ତଥ୍ୟା ପାଇଲେ ବୋଲି ଓକିଲ ଶ୍ରୀ ପାରେଖ କୋର୍ଟଙ୍କୁ କହିଛନ୍ତି।
ଜଷ୍ଟିସ୍ ଡିୱା ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଜଷ୍ଟିସ୍ ଏସ୍ ବୋପନ୍ନାଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏଭଳି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରୁଥିଲେ। ଓକିଲଙ୍କ ଠାରୁ ଏଭଳି ସୂଚନା ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିଚାରପତି। ଆଉ କହିଥିଲେ “ ଏହା ଏକ ଗୁରୁତର ବିଷୟ । ଏପରିକି ତାଙ୍କୁ କୋଭିଡ୍-୧୯ ହୋଇଥିବାବେଳେ ଡାକ୍ତର ଏହି ବଟିକା ଖାଇବାକୁ ପରାମର୍ଶ ଦେଇଥିଲେ । ” ତା ସହ ମାମଲାରେ ଉତ୍ତର ରଖିବାକୁ କେନ୍ଦ୍ର ସରକାରଙ୍କୁ ଏକ ସପ୍ତାହ ସମୟ ଦେଇଛନ୍ତି। ୧୦ ଦିନ ପରେ ମାମଲାର ପୁନଃ ଶୁଣାଣି ହେବ।
ଏପଟେ ଯେଉଁ କମ୍ପାନୀ ଏଭଳି ଲୋଭ ଦେଖାଇ ଡାକ୍ତରମାନଙ୍କୁ ଠାରୁ ଏଭଳି କରାଇଛନ୍ତି ତାର ଉତ୍ତରଦାୟୀ ସେମାନେ ରହିବେ ବୋଲି ମେଡିକାଲ ମହାସଂଘ ଦାବି କରି କୋର୍ଟରେ ପିଆଇଏଲ୍ ଫାଇଲ୍ କରିଛି। ଏଥିରେ ୟୁନିଫର୍ମ କୋଡ୍ ଅଫ୍ ଫାର୍ମାଶୁଟିକାଲ ମାର୍କେଟିଂ ପ୍ରାକ୍ଟିସ(UCPMP) ନିୟମକୁ ଆଣିବାକୁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ଏଥିରେ ଦାବି କରାଯାଇଛି।
Powered by Froala Editor