Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ...

  • ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ...

  • ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ...

  • କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ ...

  • କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ...

  • ଏକଜିଟ ପୋଲ, ବାଜିମାରି ନେବେ ବିଜୟ

  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ...

  • ବାଂଲାଦେଶରେ ମିଳିମିଳା ମହାମାରୀ !୨୫୦ ...

  • ଖଡଗପୁରରେ ପୁଣି ଛାତ୍ର ମୃତ୍ୟୁ, ୧୦ ଦିନରେ ...

  • ଏକଜିଟ୍ ପୋଲ୍ ରିପୋର୍ଟ : ବେଙ୍ଗଲରେ ...

Home ›› ››ବନ୍ୟାରେ ପ୍ରଭାବିତ ଅନୁଗୋଳର ୭୦ ଗାଁ

ବନ୍ୟାରେ ପ୍ରଭାବିତ ଅନୁଗୋଳର ୭୦ ଗାଁ

2022-08-18 06:16:41
14714
Share:
Facebook
Twitter
E-Mail
WhatsApp
Telegram
ବନ୍ୟାରେ ପ୍ରଭାବିତ ଅନୁଗୋଳର ୭୦ ଗାଁ

ଅନୁଗୋଳ: ମହାନଦୀ ବନ୍ୟାରେ ପ୍ରଭାବିତ ହୋଇଛି ଅନୁଗୋଳ ଓ ଆଠମଲ୍ଲିକ ବ୍ଲକ। ହଜାର ହଜାର ଲୋକ ପାଣି ଘେରରେ ଥିବାବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ ବଣ୍ଟନ କାର୍ଯ୍ୟ ଜାରି ରହିଛି। ପ୍ରଶାସନିକ ଅଧିକାରୀମାନେ ବୋଟ୍‌ ମାଧ୍ୟମରେ ବିଭିନ୍ନ ଗାଁ ବୁଲି ସ୍ଥିତି ତଦାରଖ କରୁଛନ୍ତି। ହେଲେ ୭୦ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଥିବା ଜଣାପଡିଛି। ହୀରାକୁଦରୁ ୪୦ଟି ଗେଟ୍‌ ଦେଇ ଛଡ଼ାଯାଇଥିବା ବନ୍ୟା ଜଳ ମହାନଦୀରେ ପ୍ରବାହିତ ହେଉଥିବାରୁ ବନ୍ୟାଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ୫୭୩ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଗୃହପାଳିତ ପ୍ରାଣୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଗତ ଶନିବାର ରାତିରୁ ମହାନଦୀରେ ବନ୍ୟାପାଣି ପ୍ରବେଶ କରିବା ପରେ ଅନୁଗୋଳ ବ୍ଲକର ଟିକରପଡା ପଞ୍ଚାୟତର ଟିକରପଡା, ମଝିପଡା, ଗଇଁଦି ଓ ବେହେରାସାହିର ଲୋକମାନେ ପାଣି ଘେରରେ ରହିଛନ୍ତି। ଅନୁଗୋଳ ବ୍ଲକର ୩୭୫ ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳରେ ରଖାଯାଇଛି। ସେମାନଙ୍କ ପାଇଁ ଡଙ୍ଗାରେ ଖାଦ୍ୟ ସାମଗ୍ରୀ ନିଆଯାଇ ପ୍ରଦାନ କରାଯାଉଛି। ବାହ୍ୟ ଜଗତରୁ ବିଚ୍ଛିନ୍ନ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟରେ ଚୁଡା, ଚିନି ଓ ବିସ୍କୁଟ ଆଦି ପ୍ରଦାନ କରାଯାଉଛି। ଟିକରପଡାରେ ଅଗ୍ନିଶମ ଏବଂ ଏନ୍‌ଡିଆର୍‌ଏଫ ଟିମ୍‌ ବୋର୍ଟ ସହ ଉପସ୍ଥିତ ରହିଛନ୍ତି। ବନ୍ୟା ବିଭୀଷିକା ସମ୍ପୂର୍ଣ୍ଣ ନ ଟଳିବା ପର୍ଯ୍ୟନ୍ତ ଲୋକଙ୍କୁ ଅସ୍ଥାୟୀ ବନ୍ୟା ଆଶ୍ରୟ ସ୍ଥଳରେ ରଖାଯାଇ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ୬ ଦିନ ହେବ ଘରଦ୍ବାର ଛାଡି ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଞ୍ଜିଥିବା ଲୋକେ ଘରକୁ ଫେରିବାକୁ ବ୍ୟସ୍ତ ହୋଇପଡ଼ିଛନ୍ତି। କିନ୍ତୁ ବନ୍ୟା ଦୁର୍ଦ୍ଦଶା ଥମୁ ନ ଥିବାରୁ ସେମାନେ ଚିନ୍ତାରେ ପଡ଼ିଛନ୍ତି।

ବୁଧବାର ପୂର୍ବାପେକ୍ଷା ବନ୍ୟାଜଳ କମିଥିଲେ ବି ହୀରାକୁଦରୁ ଛଡ଼ାଯାଇଥିବା ଅଧିକ ପାଣି ପହଞ୍ଚୁଥିବାରୁ ସେମାନେ ଆଉ କିଛିଦିନ ଆଶ୍ରୟସ୍ଥଳୀରେ ରହିବାକୁ ପଡ଼ିବ ବୋଲି ପ୍ରଶାସନ ବୁଝାଶୁଝା କରିଛି। ଘଟଣାସ୍ଥଳରେ ଅନୁଗୋଳ ଉପଜିଲାପାଳ ବାଇତୁର ଦୀପଙ୍କ ନେତୃତ୍ୱରେ ଏକ ଟିମ୍‌ ଉପସ୍ଥିତ ଅଛନ୍ତି। ପ୍ରଭାବିତ ଲୋକଙ୍କୁ କିଭଳି ସମସ୍ତ ସୁବିଧା ପ୍ରଦାନ କରାଯିବ ସେ ନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ୍‌ କାର୍ଯ୍ୟ କରୁଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ଆଠମଲ୍ଲିକ ବ୍ଲକର ୧୩ ପଞ୍ଚାୟତ ଓ ଏନଏସି ଅଞ୍ଚଳରେ ବନ୍ୟା ପରିସ୍ଥିତି ସ୍ଥିର ରହିଛି। ତେବେ ହୀରାକୁଦର ୪୦ଟି ଗେଟ୍‌ ଖୋଲା ରହିଥିବାରୁ ବନ୍ୟାର ଭୟାବହତାକୁ ନେଇ ଆଠମଲ୍ଲିକବାସୀ ଆଶଙ୍କାରେ ଅଛନ୍ତି।

ଆଠମଲ୍ଲିକ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଶେଷକରି ମହାନଦୀ ଗର୍ଭରେ ଥିବା କୁଦଗାଁ ଗ୍ରାମର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାରିଦିନ ହେଲା ୧୫୯ ଜଣଙ୍କୁ ଅସ୍ଥାୟୀ ଶିବିରକୁ ଅଣାଯାଇଥିବା ବେଳେ ବୁଧବାର ଆଉ ୨୭ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଉପଜିଲାପାଳ ତରଣୀ ସୁନାଙ୍କ ନେତୃତ୍ୱରେ ତହସିଲଦାର ସୋଫି ସାଇନିକା, ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ଆଇଆଇସି ନିରୋଦ କୁମାର ଦାସ, ବିଡିଓ ସନ୍ତୋଷ କୁମାର ସାହୁ, ସରପଞ୍ଚ ସିଦ୍ଧାର୍ଥ ଶଙ୍କର ଖେତୀ ପ୍ରମୁଖ ଉପସ୍ଥିତ ରହି ସ୍ଥାନାନ୍ତର ପ୍ରକ୍ରିୟାକୁ ପରିଚାଳନା କରୁଛନ୍ତି। ଆଠମଲ୍ଲିକ ଦମକଳ ବାହିନୀ ଓ ଜଙ୍ଗଲ ବିଭାଗର ବୋଟ ସାହାଯ୍ୟରେ କୁଦଗାଁ ଗ୍ରାମରୁ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ଅଣାଯାଉଛି।

Powered by Froala Editor

Tags Flood

Related articles Odisha News Lens 4.1

  • ଏକଜିଟ୍ ପୋଲ୍ ରିପୋର୍ଟ :  ବେଙ୍ଗଲରେ କ୍ଷମତାକୁ ଆସିପାରେ ବିଜେପି
    ଦେଶ-ଦେଶାନ୍ତର

    ଏକଜିଟ୍ ପୋଲ୍ ରିପୋର୍ଟ : ବେଙ୍ଗଲରେ କ୍ଷମତାକୁ ଆସିପାରେ ବିଜେପି

    15109
    Apr 29, 2026
  • ବାଂଲାଦେଶରେ ମିଳିମିଳା ମହାମାରୀ  !୨୫୦ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ବାଂଲାଦେଶରେ ମିଳିମିଳା ମହାମାରୀ !୨୫୦ ଜଣଙ୍କ ମୃତ୍ୟୁ

    14561
    Apr 29, 2026
  • କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ନିଶ୍ୱାସ ନେଇପାରିଲେନି ଲୋକେ
    ଦେଶ-ଦେଶାନ୍ତର

    କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ନିଶ୍ୱାସ ନେଇପାରିଲେନି ଲୋକେ

    14298
    Apr 30, 2026
  • ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ...
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ...

    15410
    Apr 30, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ
    ବିଶେଷ

    ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    13688
    Apr 30, 2026
  • ଏକଜିଟ ପୋଲ, ବାଜିମାରି ନେବେ ବିଜୟ
    ଦେଶ-ଦେଶାନ୍ତର

    ଏକଜିଟ ପୋଲ, ବାଜିମାରି ନେବେ ବିଜୟ

    15281
    Apr 30, 2026
  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ
    ଦେଶ-ଦେଶାନ୍ତର

    କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ

    15478
    Apr 30, 2026
  • ଖଡଗପୁରରେ ପୁଣି ଛାତ୍ର ମୃତ୍ୟୁ, ୧୦ ଦିନରେ ଦ୍ୱିତୀୟ ଘଟଣା
    ଦେଶ-ଦେଶାନ୍ତର

    ଖଡଗପୁରରେ ପୁଣି ଛାତ୍ର ମୃତ୍ୟୁ, ୧୦ ଦିନରେ ଦ୍ୱିତୀୟ ଘଟଣା

    15124
    Apr 29, 2026
  • କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ କରିଦେବ ଇଥାନଲ
    ଦେଶ-ଦେଶାନ୍ତର

    କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ କରିଦେବ ଇଥାନଲ

    13495
    Apr 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏକଜିଟ ପୋଲ, ବାଜିମାରି ନେବେ ବିଜୟ

    15281
    Apr 30, 2026
  • ଦେଶ-ଦେଶାନ୍ତର

    କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ

    15478
    Apr 30, 2026
  • ଦେଶ-ଦେଶାନ୍ତର

    କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ନିଶ୍ୱାସ ନେଇପାରିଲେନି ଲୋକେ

    14298
    Apr 30, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17446
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17496
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17854
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16326
    Apr 03, 2021

ବିଶେଷ

  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    13688
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    15997
    Apr 28, 2026
  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15946
    Apr 27, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14563
    Apr 25, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    14368
    Apr 24, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15364
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15099
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15595
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13905
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା: ରାଜନାଥ

    15312
    Apr 30, 2026
  • ଏକଜିଟ ପୋଲ, ବାଜିମାରି ନେବେ ବିଜୟ

    15281
    Apr 30, 2026
  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ

    15478
    Apr 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In