Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 24, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

ରାଜ୍ୟ
Home ›› ରାଜ୍ୟ ››ବନ୍ୟା ପାଣି, ଘରେ, ବାହାରେ ସବୁଠି ଡ଼ରାଉଛି ସାପ

ବନ୍ୟା ପାଣି, ଘରେ, ବାହାରେ ସବୁଠି ଡ଼ରାଉଛି ସାପ

2022-08-18 06:14:39
14425
Share:
Facebook
Twitter
E-Mail
WhatsApp
Telegram
ବନ୍ୟା ପାଣି, ଘରେ, ବାହାରେ ସବୁଠି ଡ଼ରାଉଛି ସାପ

ଭୁବନେଶ୍ୱର: ସାଧାରଣତଃ ବନ୍ୟା ସମୟରେ ପାଣି ସାଙ୍ଗକୁ କାଳ ସାଜିଥାନ୍ତି ସାପ। ସାପମାନେ ସମୂହ ବିସ୍ଥାପିତ ହୋଇଥାନ୍ତି। ବନ୍ୟା ଜଳରେ ଭାସି ଭାସି ଏକ ଅଜଣା ସ୍ଥାନକୁ ଚାଲି ଯାଇଥାନ୍ତି। ତେଣୁ ଖାଦ୍ୟ ସଂଗ୍ରହ ପାଇଁ ସାପମାନଙ୍କୁ ଏଣେତେଣେ ବୁଲିବାକୁ ହୋଇଥାଏ। ଫଳରେ ସାପଙ୍କ ସହିତ ଅଧିକାଂଶ ସମୟରେ ମଣିଷଙ୍କ ମୁହାଁମୁହିଁ ବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଉପୁଜିଥାଏ। ଅନେକ ସମୟରେ ପାଣି ଘେରରୁ ଯେଉଁ ଢିପ ସ୍ଥାନକୁ ବା ନଦୀ ବନ୍ଧକୁ ମଣିଷମାନେ ଆଶ୍ରୟ ସ୍ଥଳ ଭାବରେ ବ୍ୟବହାର କରିଥାନ୍ତି, ସେହି ସ୍ଥାନକୁ ସାପମାନେ ସମାନ କାରଣ ପାଇଁ ଯାଇଥାନ୍ତି।

ଗାଁ, ଗହୀର ବା ସହର ତଳି ଅଞ୍ଚଳରେ ପାଣି ପଶିବା ଦ୍ୱାରା ସାପମାନେ ଜୀବନ ବଞ୍ଚାଇବା ପାଇଁ ଜନବସତି ଆଡ଼କୁ ଉଠି ଆସନ୍ତି। ଫଳରେ ସେଠାରେ ସାପମାନଙ୍କର ପ୍ରାଦୁର୍ଭାବ ମଧ୍ୟ ବଢ଼ି ଯାଇଥାଏ। ଏପଟେ ରାସ୍ତାରେ ବନ୍ୟା ପାଣି ଚାଲିବା, ଘାଇ ବା ଅନ୍ୟ କୌଣସି କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। କାହାକୁ ସାପ କାମୁଡିଲେ, ତୁରନ୍ତ ହସ୍ପିଟାଲ ନେବା ସମ୍ଭବ ହୋଇ ନ ଥାଏ। ଫଳରେ ରୋଗୀର ମୃତ୍ୟୁ ହେବାର ଆଶଙ୍କା ଅଧିକ ରୁହେ।

ଅନ୍ୟଏକ ଗୁରୁତର ସମସ୍ୟା ହେଲା, ସାପ କାମୁଡାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ କ୍ଷତିପୂରଣ ଦିଆଯାଇଥାଏ। ମାତ୍ର ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ ୨୦୧୫ ଜୁନ ୧ରେ ଜାରି ନିର୍ଦ୍ଦେଶନାମା ଅନୁସାରେ, ମାତ୍ର ବନ୍ୟା ପ୍ଳାବିତ ଅଞ୍ଚଳ ବା ବନ୍ୟାବେଳେ ସାପ କାମୁଡାରେ ମୃତ୍ୟୁ ଘଟିଲେ ଏହି ସହାୟତା ମିଳି ନ ଥାଏ। ସେହିପରି ଅନୁକମ୍ପାମୂଳକ କ୍ଷତିପୂରଣ ପାଇଁ ବ୍ୟବଚ୍ଛେଦ ରିପୋର୍ଟ ବାଧ୍ୟତାମୂଳକ। କିନ୍ତୁ ବନ୍ୟା ପ୍ଳାବିତ ଅଞ୍ଚଳରେ ସାପ କାମୁଡାରେ ମୃତ୍ୟୁ ହେଲେ ପରିବାର ଲୋକେ ଡାକ୍ତରଖାନା ନେଇ ବ୍ୟବଚ୍ଛେଦ କରାଇବା ସମ୍ଭବପର ହୋଇ ନ ଥାଏ। ଏନେଇ ସ୍ନେକ ହେଲ୍ପ ଲାଇନ୍‌ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ସରକାର ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବା ପାଇଁ ଆଉଟିକେ ଅନୁକମ୍ପା ଦେଖାଇବା ଉଚିତ। କାରଣ ବନ୍ୟା ପାଇଁ ବା ସାପ କାମୁଡା ପାଇଁ ମୃତ ବ୍ୟକ୍ତିଜଣକ ଦାୟୀ ନୁହନ୍ତି। ତାହା ପ୍ରାକୃତିକ ଥିଲା। ତେଣୁ ସରକାର ରିଲିଫ କୋଡ୍‌ରେ ଆବଶ୍ୟକ ସଂଶୋଧନ କରି ବନ୍ୟା ସମୟରେ ଘଟୁଥିବା ସର୍ପାଘାତ ମୃତ୍ୟୁ କ୍ଷେତ୍ରରେ ସମାନ ଅନୁକମ୍ପା ରାଶି ଦେବା ପାଇଁ କେନ୍ଦ୍ରକୁ ଲେଖିବା ଉଚିତ।

ସତର୍କତା ଉପରେ ଗୁରୁତ୍ୱ ଦେଇ ଶୁଭେନ୍ଦୁ କୁହନ୍ତି, ବନ୍ୟା ପ୍ଳାବିତ ଜଳବନ୍ଦୀ ଅଞ୍ଚଳରେ ଘରକୁ ସାପ ନ ପଶିବା ପାଇଁ ଉପାୟ କିଛି ନାହିଁ। ଫିନାଇଲ, ବ୍ଲିଚିଂ ପାଉଡର ବା ଏସିଡ୍‌ ଆଦି କେମିକାଲ ପାଣିରେ କିଛି କାମ କରେନାହିଁ। ତେବେ ଘରକୁ ସୁରକ୍ଷା ଦେବା ପାଇଁ ନିହାତି ଆବଶ୍ୟକ ହେଲେ, ମାଛ ଜାଲ ବ୍ୟବହାର କରାଯାଇପାରିବ। ଜାଲ ଘେରେଇଦେଲେ ସାପମାନେ ଯିବାବେଳେ ଜାଲରେ ଛନ୍ଦି ହୋଇ ଆଉ ଘରକୁ ଯାଇ ପାରିବେ ନାହିଁ। ସେହିପରି ବାଡି ବଗିଚା ସଫା ରଖନ୍ତୁ। ସାପ ଯଦି ବା ପାଣିରୁ ଉଠି ଆସିବେ, ଲୁଚିବା ପାଇଁ ଯାଗା ନ ପାଇଲେ ପୁଣି ଫେରିଯିବେ। ସହରାଞ୍ଚଳରେ ମଧ୍ୟ ଜାଲ ବ୍ୟବହାର କଲେ ସୁଫଳ ମିଳିବ। ଜାଲରେ ଯଦି ସାପଟିଏ ଫସିଯାଏ, ତେବେ ପ୍ରଶିକ୍ଷିତ ସାପ ଉଦ୍ଧାରକାରୀଙ୍କ ସାହାଯ୍ୟ ନିଅନ୍ତୁ।

ଏ ନେଇ ଭୁବନେଶ୍ୱର ଏମ୍ସ ଫୋରେନସିକ ମେଡିସିନ୍‌ ଓ ଟକ୍ସିକୋଲୋଜି ବିଭାଗର ଅତିରିକ୍ତ ପ୍ରାଧ୍ୟାପକ ଡା. ସୁଦୀପ୍ତ ରଞ୍ଜନ ସିଂହ କହିଛନ୍ତି, ବନ୍ୟା ସମୟରେ ଯଥାସମ୍ଭବ ସାପଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ପାଣିରେ ନିହାତି ଯିବାକୁ ହେଲେ, ବାଡ଼ି ଧରି ଯାଆନ୍ତୁ। ଦଳ କିମ୍ବା ଆବର୍ଜନାକୁ ହାତରେ ନ କାଢ଼ି ବାଡ଼ିରେ କାଢନ୍ତୁ। ବିଷଧର ସାପ କାମୁଡି ଦେଲେ, ଘାଇ ବା ପାଣି ଭିତରେ ପହଁରି ଅତିକ୍ରମ କରନ୍ତୁ ନାହିଁ। ପହଁରିଲେ ଦେହରେ ରକ୍ତ ସଞ୍ଚାଳନ ବଢ଼ିଥାଏ, ବିଷ ମଧ୍ୟ ଶୀଘ୍ର ସଞ୍ଚରିଯାଏ। ଆକ୍ରାନ୍ତ ଲୋକଙ୍କୁ ଭେଳା ବା ଡଙ୍ଗା ଜରିଆରେ ପାଣି ପାର କରାନ୍ତୁ। ନିକଟରେ ଥିବା ଓଡ୍ରାଫ ବା ଅଗ୍ନିଶମ ବାହିନୀ ଯବାନଙ୍କ ସହାୟତା ନେଇପାରିବେ ବୋଲି ଡା. ସିଂହ କହିଛନ୍ତି।

Powered by Froala Editor

Tags snake

Related articles Odisha News Lens 4.1

  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?
    ବିଶେଷ

    ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13865
    Jun 24, 2025
  • ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ବିବାଦୀୟ ବୟାନ, ଏବେ ମାମଲା ରୁଜୁ
    ମନୋରଞ୍ଜନ

    ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ବିବାଦୀୟ ବୟାନ, ଏବେ ମାମଲା ରୁଜୁ

    14842
    Jun 24, 2025
  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ
    ଦେଶ-ଦେଶାନ୍ତର

    ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

    13494
    Jun 24, 2025
  • ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ
    ମନୋରଞ୍ଜନ

    ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ

    13799
    Jun 24, 2025
  • ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ
    ଦେଶ-ଦେଶାନ୍ତର

    ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

    14666
    Jun 23, 2025
  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...
    ଦେଶ-ଦେଶାନ୍ତର

    ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...

    14058
    Jun 24, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ
    ବିଶେଷ

    ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14843
    Jun 24, 2025
  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ...
    ଦେଶ-ଦେଶାନ୍ତର

    ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ...

    15403
    Jun 23, 2025
  • ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...
    ଜିଲ୍ଲା ପରିକ୍ରମା

    ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...

    13860
    Jun 24, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

    14666
    Jun 23, 2025
  • ଦେଶ-ଦେଶାନ୍ତର

    ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ଅନିୟନ୍ତ୍ରିତ ହୋଇ ପଶିଲେ ଲୋକେ

    15267
    Jun 23, 2025
  • ଦେଶ-ଦେଶାନ୍ତର

    ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

    13494
    Jun 24, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16707
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17013
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15508
    Apr 03, 2021

ବିଶେଷ

  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14843
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13865
    Jun 24, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15766
    Jun 23, 2025
  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    15092
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15963
    Jun 22, 2025

ବାଣିଜ୍ୟ

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ...

  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14999
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14821
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14823
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13793
    Jun 17, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13865
    Jun 24, 2025
  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

    13494
    Jun 24, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14843
    Jun 24, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In