ଜେଡ୍ ପ୍ଲସ୍ ସୁରକ୍ଷା ଭିତରେ ରହିବେ ଗୌତମ ଆଦାନି
ଆଦାନି ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ କେନ୍ଦ୍ର ସରକାର ଜେଡ୍ ସ୍ତରୀୟ ଭିଆଇପି ସୁରକ୍ଷା ଯୋଗାଇ ଦେଇଛନ୍ତି। ଗୌତମ ଅଦାନୀଙ୍କୁ ଜେଡ୍ ସୁରକ୍ଷା ପ୍ରଦାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଗୌତମଙ୍କୁ ଏହି ସୁରକ୍ଷା ସିଆରପିଏଫର ଭିଆଇପି ସୁରକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯିବ । ତାଙ୍କ ସୁରକ୍ଷା ଦାୟିତ୍ୱରେ ଏଣିକି ସିଆରପିଏଫ କମାଣ୍ଡୋମାନେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବେ। ଏଥିପାଇଁ ମାସିକ ୧୫ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ସୁରକ୍ଷା ବାବଦ ଖର୍ଚ୍ଚ ଅଦାନୀ ବହନ କରିବେ ।
କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ୬୦ ବର୍ଷୀୟ ଗୌତମ ଆଦାନୀଙ୍କ ସୁରକ୍ଷା ସମ୍ପର୍କିତ ତଥ୍ୟକୁ ଯାଞ୍ଚ କରିଥିଲା। ଏହି ସମୟରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଜଣାପଡ଼ିଥିଲା। ଏହାପରେ ହିଁ ତାଙ୍କୁ ଜେଡ୍ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଆରପିଏଫର ଭିଆଇପି ସୁରକ୍ଷା ୱିଙ୍ଗକୁ ଆଦାନୀଙ୍କ ସୁରକ୍ଷା ବ୍ୟବସ୍ଥାର କାମ ହସ୍ତାନ୍ତର କରିଛି। ସିଆରପିଏଫ ଯବାନମାନେ ଏଣିକି ତାଙ୍କ ଆଖପାଖରେ ରହିବେ।
ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ୨୦୧୩ରେ କେନ୍ଦ୍ର ସରକାର ଜେଡ୍ ପ୍ଲସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଥିଲେ। ଏହାର କିଛି ବର୍ଷ ପରେ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ମଧ୍ୟ ଜେଡ୍ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ଏମାନଙ୍କ ସୁରକ୍ଷା ଦାୟିତ୍ୱରେ ସିଆରପିଏଫ କମାଣ୍ଡୋମାନେ ନିୟୋଜିତ ଅଛନ୍ତି।
ଦେଶର ସର୍ବୋଚ୍ଚ ଶ୍ରେଣୀର ସୁରକ୍ଷା ହେଉଛି ଏସପିଜି । ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଥାଏ । ୨ୟ ସର୍ବୋଚ୍ଚ ସୁରକ୍ଷା ହେଉଛି ଡେଜପ୍ଲସ । ଜେଡ ସୁରକ୍ଷା ପାଇଥିବା ବ୍ୟକ୍ତିଙ୍କୁ ୫୫ ଜଣ ସୁରକ୍ଷା କର୍ମୀ ସୁରକ୍ଷା ଦେଇଥାନ୍ତି । ସେମାନଙ୍କ ମଧ୍ୟରେ ଥାଆନ୍ତି ୧୦ରୁ ଅଧିକ ସଂଖ୍ୟକ ଏନଏସଜି କମାଣ୍ଡୋ । ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି ।

Powered by Froala Editor