ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସୁରକ୍ଷାରେ ଅବହେଳା: ୩ କମାଣ୍ଡୋ ବଦଳିଲେ
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଜୀବନ ପ୍ରତି ବିପଦ ଥିବାରୁ କେନ୍ଦ୍ର ସରକାର ସବୁବେଳେ ତାଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବାକୁ କହିଛନ୍ତି। ହେଲେ ତାଙ୍କ ସୁରକ୍ଷାରେ ନିୟୋଜିତ ୩ ଜଣ କମାଣ୍ଡୋ ଡ୍ୟୁଟିରେ ଅବହେଳା କରିଥିବା ଜଣାପଡ଼ିଛି। ଏଥିପାଇଁ କେନ୍ଦ୍ର ସରକାର ଏନଏସ୍ଏ ଡୋଭାଲଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ ଜଣ କମାଣ୍ଡୋଙ୍କୁ ହଟାଇ ଦେଇଛନ୍ତି।
ଗତ ଫେବ୍ରୁଆରି ୧୬ରେ ଦିଲ୍ଲୀସ୍ଥିତ ଡୋଭାଲଙ୍କ ସରକାରୀ ବାସଭବନରେ ଜଣେ ବ୍ୟକ୍ତି ଅନୁପ୍ରବେଶ ଉଦ୍ୟମ କରିବା ବେଳେ ସିଆଇଏସଏଫ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ିଥିଲା । ତାକୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା । ଶାନ୍ତନୁ ରେଡ୍ଡି ଉକ୍ତ ବ୍ୟକ୍ତି ଏକ ଏସୟୁଭି ଚଳାଇ ଡୋଭାଲଙ୍କ ବାସଭବନରେ ପ୍ରବେଶ ଉଦ୍ୟମ କରିଥିଲା । ଜେରାବେଳେ ସେ କହିଥିଲା ଯେ, ତା ଭିତରେ ଜଣେ କେହି ‘ଚିପ୍’ ଲଗାଇ ତାଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି । କିନ୍ତୁ ଏମଆରଆଇ ସ୍କାନରେ ତା ଶରୀରରେ କୌଣସି ଚିପ୍ ନଥିବା ଜଣାପଡ଼ିଥିଲା । ତେବେ ତାର ମାନସିକ ଅବସ୍ଥା ଠିକ ନଥିବା ଜଣାପଡ଼ିଥିଲା । ଘଟଣା ବେଳେ ଡୋଭାଲ ଘରେ ରହିଥିଲେ। ଏବେ ଏହି ଘଟଣାରେ କେନ୍ଦ୍ର ସରକାର ୩ ଜଣ କମାଣ୍ଡୋଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଡୋଭାଲଙ୍କ ସୁରକ୍ଷା ଦାୟିତ୍ୱରୁ ହଟାଇ ଦେଇଛନ୍ତି।

Powered by Froala Editor