ପ୍ରଥମ ଦେଶ : ଓମିକ୍ରମ ଟିକାକୁ ଅନୁମତି ଦେଲା ବ୍ରିଟେନ୍
ପ୍ରଥମ ଦେଶ ଭାବେ ଓମିକ୍ରନ ଟିକାକୁ ଅନୁମତି ଦେଲା ବ୍ରିଟେନ। ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ ଓମିକ୍ରନ ସଂକ୍ରମଣକୁ ରୋକିବାକୁ ମର୍ଡେନା କମ୍ପାନୀ ପ୍ରସ୍ତୁତ କରିଥିବା ଅପ୍ଡେଟ ଭାକ୍ସିନକୁ ମଞ୍ଜୁରୀ ମିଳିିଛି। ସୋମବାର ୟୁକେ ମେଡିସିନ୍ ଏବଂ ହେଲଥ୍କେୟାର ପ୍ରୋଡକ୍ଟସ୍ ରେଗୁଲେଟାରୀ ଏଜେନ୍ସୀ (ଏମ୍ଏଚ୍ଆରଏ) ଏହାର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ଏହି ଭାକ୍ସିନ ଉଭୟ ବିଏ-୧, ବିଏ-୪, ବିଏ-୫ ଓ ଓମିକ୍ରନ ଭାଇରସ୍ ସମେତ ୨୦୨୦ରେ ବାହାରିଥିବା ମୂଳ ଭାଇରସ୍ ବିରୋଧରେ ମଧ୍ୟ ଏହା ଯଥେଷ୍ଟ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ପ୍ରଭାବୀ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଅନ୍ୟପକ୍ଷରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ନୋଭାଭାକ୍ସ ସହିତ ଓମିକ୍ରନ୍ ଭାରିଆଣ୍ଟ ଟିକା ଉପରେ କାମ କରୁଛି ବୋଲି କହିଛନ୍ତି ଅନୁଷ୍ଠାନର ମୁଖ୍ୟ ଅଦାର ପୁନାୱାଲା। ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ଓମିକ୍ରନ୍ ଭାରିଆଣ୍ଟ ପାଇଁ ଭାରତରେ ଏକ ସ୍ୱତନ୍ତ୍ର ଟିକା ପ୍ରସ୍ତୁତ କରାଯାଉଛି, ଏହା ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୪,୯୧୭ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୨ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୪,୯୧୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୨,୬୮,୩୮୧ରେ ପହଞ୍ଚିଛି।
Powered by Froala Editor