ମହାରାଷ୍ଟ୍ରର ସରକାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ଡେବେନ୍ଦ୍ର ଫଡ଼ନାଭିସଙ୍କୁ ମିଳିଛି ଗୃହ ମନ୍ତ୍ରଣାଳୟ
ମହାରାଷ୍ଟ୍ରର ନୂଆ ସରକାରରେ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି । ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଡେବେନ୍ଦ୍ର ଫଡ଼ନାଭିସଙ୍କୁ ମିଳିଛି ଗୃହ ମନ୍ତ୍ରଣାଳୟ। ଫଡ଼ନାଭିସଙ୍କ ନିକଟରେ ଗୃହ, ଅର୍ଥ ଏବଂ ଯୋଜନା, ଆଇନ ଏବଂ ନ୍ୟାୟ, ଜଳ ସମ୍ପଦ, ଆବାସ ଏବଂ ଶକ୍ତି ବିଭାଗ ରହିବ।
ସେହିପରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ତାଙ୍କ ପାଖରେ ନଗର ଉନ୍ନୟନ ମନ୍ତ୍ରଣାଳୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସାଧାରଣ ପ୍ରଶାସନ, ନଗର ବିକାଶ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ଏବଂ ଜନସମ୍ପର୍କ, ଲୋକ ନିର୍ମାଣ, ପରିବହନ, ଯୋଗାଣ, ସାମାଜିକ ନ୍ୟାୟ, ବିପର୍ଯ୍ୟୟ ପରିଚାଳନା ଏବଂ ଜଳ ସଂରକ୍ଷଣ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଅଳ୍ପସଂଖ୍ୟକ ମନ୍ତ୍ରଣାଳୟ ରହିବ।
ସେହିପରି ବିଜେପିର ସୁଧୀର ମୁଙ୍ଗନ୍ତୀୱରଙ୍କୁ ଜଙ୍ଗଲ ମନ୍ତ୍ରୀ କରାଯାଇଛି। ଯାହାକୁ ସେ ପୂର୍ବରୁ ପରିଚାଳନା କରିଥିଲେ। ପୂର୍ବତନ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଉଚ୍ଚ ଓ ବୈଷୟିକ ଷୟିକ ଶିକ୍ଷା ମନ୍ତ୍ରୀ ପଦ ମଳିଛି। ସେ ମଧ୍ୟ ସଂସଦୀୟ ବ୍ୟାପାର ଦାୟିତ୍ୱରେ ରହିବେ।
ଡ ବିଜୟକୁମାର ଗାବିତଙ୍କୁ ଆଦିବାସୀ ବିକାଶ ମନ୍ତ୍ରୀ କରାଯାଇଛି। ଗିରୀଶ ମହାଜନଙ୍କୁ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ, ସ୍ୱାସ୍ଥ୍ୟ, କ୍ରୀଡା ଏବଂ ଯୁବ ବ୍ୟାପାର କଲ୍ୟାଣ ବିଭାଗ ଦିଆଯାଇଛି । ଗୁଲାବରାଓ ପାଟିଲଙ୍କୁ-ଜଳ ଯୋଗାଣ ଏବଂ ସ୍ୱଚ୍ଛତା, ଦାଦ ଭୁସେଙ୍କୁ -ବନ୍ଦର ଏବଂ ଖଣି ବିଭାଗ, ସଞ୍ଜୟ ରାଠୋରଙ୍କୁ -ଖାଦ୍ୟ ଏବଂ ଔଷଧ ପରିଚାଳନା, ସୁରେଶ ଖାଡେଙ୍କୁ -ଶ୍ରମ ମନ୍ତ୍ରଣାଳୟ, ସନ୍ଦୀପନ ଭୁମରେଙ୍କୁ- ରୋଜଗାର ଗ୍ୟାରେଣ୍ଟି, ଉଦୟ ସାମନ୍ତଙ୍କୁ-ଉଦ୍ୟୋଗ, ତାନାଜୀ ସାୱନ୍ତଙ୍କୁ- ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ରବିନ୍ଦ୍ର ଚୌହାନଙ୍କୁ-ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ, ଅବଦୁଲ ସତ୍ତାରଙ୍କୁ-କୃଷି, ଦୀପକ କେସରକରଙ୍କୁ- ଗଣ ଶିକ୍ଷା ମନ୍ତ୍ରୀ, ଅତୁଲ ସାଭେଙ୍କୁ- କର୍ପୋରେଟିଭ, ପଛୁଆ ଏବଂ ବହୁଜନ କଲ୍ୟାଣ ବିଭାଗ, ଶମ୍ଭୁରାଜ ଦେସାଇଙ୍କୁ- ରାଜ୍ୟର ଉତ୍ପାଦ ଶୁଳ୍କ ବିଭାଗ ଦିଆଯାଇଛି ।
Powered by Froala Editor