ଚେନ୍ନାଇ ବିମାନ ବନ୍ଦରରେ ଜଣେ ବ୍ୟକ୍ତିଙ୍କ ବ୍ୟାଗ୍ରୁ ବାହାରିଲା ମାଙ୍କଡ଼, କଇଁଛ ଓ ସାପ
ଥାଇଲାଣ୍ଡରୁ ଚେନ୍ନାଇରେ ଆସିଥିବା ଜଣେ ବ୍ୟକ୍ତିର ବ୍ୟାଗ୍ରୁ ମିଳିଛି ଏମିତି ଜିନିଷ ଯାହାକୁ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ବ୍ୟାଗରୁ ବାହାରିଛି ଗୋଟିଏ ମାଙ୍କଡ଼, ୧୫ଟି ସାପ, ୫ଟି ଅଜଗର ସାପ ଓ ୨ଟି କଇଁଛ । ତେବେ ଉଦ୍ଧାର ହୋଇଥିବା ଗୋଟିଏ ମାଙ୍କଡ଼, ୧୫ଟି ସାପ, ୫ଟି ଅଜଗର ସାପ ଓ ୨ଟି କଇଁଛଙ୍କୁ ବେଆଇନ ଭାବେ ବିଦେଶରୁ ଅଣାଯାଉଥିବା ଜାଣି ସେମାନଙ୍କୁ ଏକ୍ୟୁସିଏସ (ଆନିମଲ୍ କ୍ୱାରାଣ୍ଟିନ୍ ଆଣ୍ଡ ସାର୍ଟିଫିକେସନ୍ ସର୍ଭିସ)ର ପରାମର୍ଶରେ ଥାଇ ଏୟାରୱେଜ୍ ମାଧ୍ୟମରେ ମୂଳ ଦେଶକୁ ପଠାଯାଇଛି। ଏଥି ସହ ଯାତ୍ରୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ଅଗଷ୍ଟ ୧୧ର ବିମାନ ଟିଜି-୩୩୭ ବିମାନରେ ଯାତ୍ରୀଜଣକ ଚେନ୍ନାଇରେ ପହଞ୍ଚିଥିଲେ। ବ୍ୟାଗ ଭିତରେ ଗୋଟିଏ ମାଙ୍କଡ଼, ୧୫ଟି ସାପ, ୫ଟି ଅଜଗର ସାପ ଓ ୨ଟି କଇଁଛ ଥିଲା ବୋଲି ଜଣାପଡ଼ିଥିଲା।
ଏହିସବୁ ବନ୍ୟଜନ୍ତୁ କେବେ ଠାରା ଏମିତି ବେଆଇନ ଚାଲାଣ କରାଯାଉଛି ? ଏଥିପାଇଁ ବଡ ରାକେଟ କାମ କରୁଛି କି ନାଁ ସେସବୁ ବିଷୟରେ ତଦନ୍ତ ଜାରି ରହିଛି। ଏହା ପୂର୍ବରୁ ଜୁନ୍ ୨୯ରେ, ୧୦୯ଟି ଜନ୍ତୁଙ୍କ ଚୋରା ଚାଲାଣ ଉଦ୍ୟମ କରିଥିବାରୁ ବ୍ୟାଙ୍କକକର ସୁବର୍ଣ୍ଣଭୂମି ବିମାନବନ୍ଦରରେ ଦୁଇଜଣ ଭାରତୀୟ ମହିଳାଙ୍କୁ ଗିରଫ କରାଯାଇଥିଲା। ମହିଳାଙ୍କ ବ୍ୟାଗରୁ ୩୫ଟି କଇଁଛ, ୫୦ଟି ଝିଟିପିଟି ଏବଂ ୨୦ଟି ସାପ ମିଳିଥିଲା।
Powered by Froala Editor