ଦିଲ୍ଲୀରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଲା
ରାଜଧାନୀ ଦିଲ୍ଲୀରେ ପଞ୍ଚମ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଜଣେ ଆଫ୍ରିକୀୟ ମହିଳା। ତାଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି। ସେ ମାସେ ତଳେ ନାଇଜେରିଆ ଯାଇଥିଲେ। ଦିଲ୍ଲୀରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି।
ଏହି ମହିଳା ଜଣଙ୍କ ଦୁଇ ଦିନ ତଳେ ଲୋକନାୟକ ଜୟ ପ୍ରକାଶ ନାରାୟଣ (ଏଲଏନଜେପି) ହସପିଟାଲରେ ଭର୍ତ୍ତି ହୋଇଥିଲେ। ଶୁକ୍ରବାର ରାତିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି।
ତେବେ ଦିଲ୍ଲୀର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ଚାରିଜଣ ଚିକିତ୍ସିତ ହେଉଥିବାବେଳେ ଜଣେ ଡିସଚାର୍ଜ ହୋଇଛନ୍ତି। ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଙ୍କିପକ୍ସର ସଂକ୍ରମଣରୁ ବଞ୍ଚିବା ପାଇଁ କ’ଣ କରିବା ଦରକାର ଏବଂ କ’ଣ କରିବା ଦରକାର ନୁହେଁ ସେ ନେଇ ଏକ ତାଲିକା ପ୍ରକାଶ କରିଛନ୍ତି। ବାରମ୍ବାର ସାବୁନରେ ହାତ ଧୋଇବା, ମୁହଁକୁ ଘୋଡ଼େଇବା, ମାସ୍କ ପିନ୍ଧିବା ଓ ହାତରେ ଗ୍ଲୋବ୍ସ ପିନ୍ଧିବା ପାଇଁ ଗାଇଡଲାଇନ୍ ଜାରି କରାଯାଇଛି।
Powered by Froala Editor