ତେଜସ୍ୱୀଙ୍କ ପାଇଁ ଜେଡ୍ ପ୍ଲସ୍ ସୁରକ୍ଷା
ବିହାରରେ ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ବର୍ତ୍ତମାନ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସହ ପ୍ରଥମ କ୍ୟାବିନେଟ ବୈଠକ କରିଛନ୍ତି। ଏହି ବୈଠକରେ ଅଗଷ୍ଟ ୨୪ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅଧିବେଶନ ଅଗଷ୍ଟ ୨୪ ଏବଂ ୨୫ରେ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୪ରେ ଫ୍ଲୋର୍ ଟେଷ୍ଟ କରାଯିବ।
ଏହା ପୂର୍ବରୁ ଗୃହ ବିଭାଗ ପକ୍ଷରୁ ତେଜସ୍ବୀ ଯାଦବଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ତେଜସୱୀ ଯାଦବଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଛି। ଏହାସହ ବୁଲେଟ ପ୍ରୁଫ ଗାଡି ମଧ୍ୟ ଦିଆଯାଇଛି।
ସୂଚନାଯୋଗ୍ୟ, ବିହାରରେ ୨୦୧୭ରେ ଭାଜପା ସମର୍ଥନରେ ଜେଡିୟୁ ସରକାର ଗଢ଼ିବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଭାଜପା ନେତା କ୍ରମାଗତ ଭାବେ ପରସ୍ପରକୁ କଟାକ୍ଷ କରିଆସୁଥିଲେ। କିନ୍ତୁ ଗତ କିଛିଦିନ ଏନ୍ଡିଏ ମେଣ୍ଟ ଭାଙ୍ଗି ଯାଇଥିଲା। ଶେଷରେ ନୀତୀଶ କୁମାର ଆରଜେଡି ସହ ମିଶି ରାଜ୍ୟରେ ସରକାର ଗଢିଛନ୍ତି।
Powered by Froala Editor