ଏପରି ରାଜନୀତିକୁ ଆସିଥିଲେ ନୀତିଶ

ନୀତିଶ କୁମାର ୧୯୭୭ ଓ ୧୯୮୦ରେ ବିଧାନସଭା ନିର୍ବାଚନ ହାରି ଯାଇଥିଲେ । ୧୯୮୫ରେ ସେ ପ୍ରଥମ ଥର ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ । ୧୯୮୯ରେ ନୀତିଶ କୁମାର ପ୍ରଥମ ଥର ଲୋକସଭା ନିର୍ବାଚନରେ ବାଜିମାତ କରିବା ସହ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ପରେ ସେ ୧୯୯୧, ୧୯୯୬, ୧୯୯୮, ୧୯୯୯ ଓ ୨୦୦୪ରେ ଲୋକସଭାକୁ ଯାଇଥିଲେ । ବାଜପେୟୀଙ୍କ ସରକାରରେ ନୀତିଶ ବିଭିନ୍ନ ବିଭାଗର ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ ।
୨୦୦୦ ମସିହାରେ ସେ ସାତ ଦିନ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ୨୦୦୫ରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ସହ ବିହାର ରାଜନୀତିକୁ କବଜା କରି ରଖିଛନ୍ତି । ଲାଲୁ ଯାଦବଙ୍କ ପତନ ପରେ ନୀତିଶ କୁମାର ହିଁ ଟାଣୁଆ ନେତା ଭାବେ ଉଭା ହୋଇଛନ୍ତି । କେବେ ଲାଲୁଙ୍କ ଆରଜେଡ଼ି ସହ ଆଉ କେବେ ବିଜେପି ସହଯୋଗରେ ସେ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ।
Powered by Froala Editor