ବଡଖବର: ରାଜ୍ୟରେ ଦିନକରେ ୫ ଶହ ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହୋଇ ଚାଲିଛି । ଦିନକରେ କରୋନା ସଂକ୍ରମଣ ସଂଖ୍ୟା ୫୦୦ କୁ ଟପି ଯାଇଛି । ରାଜ୍ୟରେ ୨୪ ଘଂଟାରେ ୫୭୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ୮୦, ନୂଆପଡା ୬୦, ବରଗଡ ୪୩, ଝାରସୁଗୁଡା ୩୯, ଅନୁଗୁଳ ୩୨, କଟକ ୨୮, କଳାହାଣ୍ଡି ୨୪, ବଲାଙ୍ଗିର ୫୦, ରାୟଗଡା ୧୬, ମୟୂରଭଂଜ ୧୩, ବାଲେଶ୍ୱର ୧୧, କେନ୍ଦୁଝର ୮, ଗଂଜାମ ୮, ନବରଙ୍ଗପୁର, ଗଜପତି, କୋରାପୁଟ ଓ ଭଦ୍ରକରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।