ବିହାରରେ ଭାଙ୍ଗିଲା ମେଣ୍ଟ!

ବିହାର : ବିହାରରେ ବିଜେପି ଜେଡିୟୁ ମେଟ ଭାଙ୍ଗିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ମେଣ୍ଟ ଭାଙ୍ଗିଥିବାନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ମେଣ୍ଟ ଭାଙ୍ଗିବାକୁ ନିତିଶଙ୍କ ମୋହର ବାଜିଛି ବୋଲି ସୂଚନା ମିଳିଛି । କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି । ବିଜେପିର ହାତ ଛାଡି ପୁଣି ଆରଜେଡିକୁ ନିତିଶ୍ ସାଥୀ କରିବେ ବୋଲି କୁହାଯାଉଛି । ଆରଜେଡି ଓ କଂଗ୍ରେସକୁ ନେଇ ସରକାର ଗଢିବାକୁ ସଜବାଜ ହେଉଛନ୍ତି ନିତିଶ । ଏନେଇ ଆଜି ଅପରାହ୍ଣ ୪ଟାରେ ସେ ରାଜ୍ୟନପାଳଙ୍କୁ ଭେଟିବେ ।
ସୂଚନା ଅନୁସାରେ ବିଜେପି-ଜେଡିୟୁ ମେଣ୍ଟ ସରକାରର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ନିଜକୁ ଚାପଗ୍ରସ୍ତ ଅନୁଭବ କରୁଥିଲେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏଥିପାଇଁ ସେ ଆଜି ତାଙ୍କ ବାସଭବନରେ ଏକ ବୈଠକ ଡକାଇଥିଲେ । ଦଳୀୟ ନେତାମାନଙ୍କ ମତାମତ ନେଇ ସେ ଅନ୍ତିମ ନିଷ୍ପତ୍ତି ନେଇଛନ୍ତି । ବୈଠକ ଶେଷ ହେବା ପରେ ସେ ମେଣ୍ଟ ଭାଙ୍ଗିବା ନେଇ ସୂଚନା ଦେଇଛନ୍ତି ।
Powered by Froala Editor