ବିରୁଡ଼ି କାମୁଡ଼ାରେ ଶିଶୁପୁତ୍ର ମୃତ

ନାରାୟଣପାଟଣା : ଘରେ ଖେଳୁଥିବା ବେଳେ ଦୁଇ ଶିଶୁଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ ବିରୁଡ଼ି । ଛୁଆଙ୍କୁ ରକ୍ଷା କରିବା ପାଇଁ ଆସିଥିବା ମା’କୁ ବି ଛାଡ଼ିନଥିଲେ ବିରୁଡି। ଶେଷରେ ବିରୁଡି ଆକ୍ରମଣରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ତା’ ମା’ ଓ ଭଉଣୀ ଆହତ ହୋଇଛନ୍ତି। ଏପରି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ନାଡିମି ଇଟିକି ଗାଁରେ।
ମୃତ ଶିଶୁର ନାଁ ବାବୁଲା ପିଡ଼ିକା (୩ ବର୍ଷ)। ଆହତ ବାବୁଲାଙ୍କ ମା’ଙ୍କ ମାଲେ ପିଡ଼ିକା ଓ ଭଉଣୀ ବାରାଲୁ ପିଡ଼ିକା (୪ବର୍ଷ)ଙ୍କୁ ନାରାୟଣପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି।
Powered by Froala Editor