ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ସାଢ଼େ ୪ ଲକ୍ଷ ଟଙ୍କା

ଢେଙ୍କାନାଳ ଜିଲ୍ଲା କାଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବିରାଶାଳ ଓଡିଶା ଗ୍ରାମ୍ୟବ୍ୟାଙ୍କ ଶାଖାରୁ ମାତ୍ର ୫ ଶହ ମିଟର ଦୂର ପେଟ୍ରୋଲ ପମ୍ପ ପରିଚାଳକଙ୍କୁ ଦୁଇ ଜଣ ଦୁର୍ବୃତ୍ତ ମାଉଜର ଦେଖାଇ ଲୁଟିନେଲେ ୪ଲକ୍ଷ୬୪ ହଜାର ଟଙ୍କା। ବିରାଶାଳ ଅଞ୍ଚଳରେ ଥିବା ଶାନ୍ତିଲତା ଫିଲିଙ୍ଗ ଷ୍ଟେସନ ନାମକ ଏକ ପେଟ୍ରୋଲ ପମ୍ପ ମ୍ୟାନେଜର ଦୀପକ ପୃଷ୍ଟି ସ୍ଥାନୀୟ ଓଡିଶା ଗ୍ରାମ୍ୟ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯିବାବେଳେ ତାଙ୍କୁ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ତାଙ୍କ ଟଙ୍କା ବ୍ୟାଗକୁ ଛଡ଼ାଇ ନେଇଛନ୍ତି। ଦୁର୍ବୁତ୍ତ ଦୁଇଜଣ ହେଲମେଟ ଓ ମୁଖା ପିନ୍ଧିଥିଲେ। ଘଟଣା ସ୍ଥଳରେ କାଙ୍କଡ଼ାହାଡ଼ ପୋଲିସ ଓ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ଦୀପକ ଟଙ୍କା ନେଇ ବ୍ୟାଙ୍କ ଯାଉଥିବା ବେଳେ ପଛରୁ ଏକ କଳା ପଲଶରରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ଯାଇଥିଲେ। ଵ୍ୟାଙ୍କରୁ ୫ଶହ ମିଟର ଦୂରରୁ ତାଙ୍କୁ ଅତର୍କିତ ଭାବେ ତାଙ୍କୁ ଅତିକ୍ରମ କରି ଅଟକାଇଥିଲେ। ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମାରିଦେବାର ଧମକ ଦେଇଥିଲେ। ପରେ ସେମାନେ ଦୀପକଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇ ନେଇ ଆଖି ପିଛୁଳାକେ ଟାଟା ମାଇନ୍ସ ଆଡକୁ ଫେରାର ହୋଇଯାଇଥିଲେ।
Powered by Froala Editor