ଆପଣ ରାଜନୀତିରୁ ଅବସର ଗ୍ରହଣ କରିଛନ୍ତି କିନ୍ତୁ, ଜନସାଧାରଣଙ୍କ ଜୀବନରୁ ନୁହେଁ…
ଉପରାଷ୍ଟ୍ରପତି ଏମ୍. ଭେଙ୍କାୟା ନାଇଡୁଙ୍କୁ ସୋମବାର ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ଶେଷ ଦିନରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଦଳମତ ନିର୍ବିଶେଷରେ ସମସ୍ତ ସଦସ୍ୟ ଭେଙ୍କାୟାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହ ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ।
ଏହି ଅବସରରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ଗୃହ ପାଇଁ ଏ ହେଉଛି ଗୋଟାଏ ଆବେଗିକ ମୁହୂର୍ତ୍ତ। ଆପଣ ସଦାସର୍ବଦା କହନ୍ତି ଯେ, ଆପଣ ରାଜନୀତିରୁ ଅବସର ଗ୍ରହଣ କରିଛନ୍ତି କିନ୍ତୁ, ଜନସାଧାରଣଙ୍କ ଜୀବନରୁ ନୁହେଁ…। ରାଜ୍ୟସଭାରୁ ଆପଣଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥାଇ ପାରେ ମାତ୍ର ଆଗାମୀ ବର୍ଷମାନଙ୍କରେ ଆପଣଙ୍କ ଅନୁଭୂତି ଦେଶକୁ ମାର୍ଗଦର୍ଶନ କରାଇବ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଲେ ଯେ, ରାଜ୍ୟସଭାର ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳରେ ଉପରାଷ୍ଟ୍ରପତି ଭି.ପି. ନାଇଡୁ ଗୃହର ଅଗ୍ରଗତିରେ ସହାୟକ ହୋଇଥିଲେ। ତାଙ୍କ କାର୍ଯ୍ୟକାଳରେ ରାଜ୍ୟସଭାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଛି।
ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ନାଇଡୁଙ୍କ କାର୍ଯ୍ୟର ପ୍ରଶଂସା କରିଥିବାବେଳେ କେତେଜଣ ବିରୋଧୀ ସଦସ୍ୟ ତାଙ୍କୁ ଆତ୍ମଜୀବନୀ ଲେଖିବାକୁ ପରାମର୍ଶ ଦେଇଥିଲେ।
Powered by Froala Editor