ଗୋଟିଏ ମଂଚରେ ଅମିତ ଶାହ, ନବୀନ

କଟକ :କଟକ ଇନଡୋର ଷ୍ଟାଡିୟମ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅଭିତ ଶାହ ଉପସ୍ଥିତ ଅଛନ୍ତି । ପ୍ରଜାତନ୍ତ୍ର ପ୍ରତିଷ୍ଠା ଉସôବରେ ଉଭୟ ଯୋଗ ଦେଇଛନ୍ତି । ଏମାନଙ୍କ ସହିତ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାହିତି୍ୟକା ପ୍ରତିଭା ରାୟ ମଧ୍ୟ ମଂଚାସିନ ଅଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ଅପରାହ୍ନ ୧ଟାରେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଆୟୋଜିତ ହର୍ ଘର୍ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ନ ୪ଟା ୩୦ରେ ମେ’ ଫେୟାର କନଭେନସନରେ ‘ମୋଦି ଆଟ ଦ ରେଟ ଅଫ ୨୦: ଡ଼୍ରିମ୍ସ ମିଟ ଡେ଼ଲିଭରି’ ପୁସ୍ତକର ଓଡ଼ିଶା ଚାପ୍ଟରର ଲୋକାର୍ପଣ କରି ସଂଧ୍ୟା ୬ଟାରେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଓଡ଼ିଶାରେ ପହଂଚିବା ପରେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ଶାହ ସକାଳେ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରି ପୂଜା ଅର୍ଚ୍ଚନା କରିବା ସହ ଜଳାଭିଷେକ କରିଥିଲେ । ଏହାପରେ ବିଜେପି ସଭାପତି ସମୀର ମହାନ୍ତିଙ୍କ ଘରେ ଜଳପାନ କରିବା ପରେ ସେ ନେତାଜୀଙ୍କ ଜନ୍ମମାଟି କଟକର ଓଡ଼ିଆ ବଜାରସ୍ଥିତ ମୁ୍ୟଜିୟମକୁ ଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିଥିଲେ ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଭୁବନେଶ୍ୱରରୁ କଟକ ସଡ଼କ ପଥରେ ଯାଇଥିଲେ । ଏଥିପାଇଁ ଦୁଇ ସହରରେ ଏବଂ ଜାତୀୟ ରାଜପଥ-୧୬ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ।
Powered by Froala Editor