ରାଜ୍ୟର ଏହି ଜିଲ୍ଲାରେ କରୋନା ସ୍ଥିତି ସାଂଘାତିକ
ନୂଆଦିଲ୍ଲୀ : ଦେଶର ୨୬ ରାଜ୍ୟରେ କରୋନା ପଜିଟିଭ ହାର ୧୫%ରୁ ଉପରେ ରହିଛି । ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣା, ଛତିଶଗଡ ଓ ବିହାର ଭଳି ରାଜ୍ୟରେ କରୋନା ସଂକ୍ରମଣ କମୁଥିବାବେଳେ ଓଡ଼ିଶା, କର୍ଣ୍ଣାଟକ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପଞ୍ଜାବ ଭଳି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।
ରାଜ୍ୟର ୨୭ ଜିଲ୍ଲାରେ ପଜିଟିଭ ହାର ୧୦%ରୁ ଅଧିକ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଥିବାବେଳେ ତାହା ଚିନ୍ତା ବଢ଼ାଇ ଦେଇଛି । ସବୁଠୁ ବେଶୀ ସଂକ୍ରମଣ ହାର କଳାହାଣ୍ଡିରେ ରହିଛି । ଏଠାରେ ସଂକ୍ରମଣ ହାର ୪୬.୭% ରହିଛି । ସେହିପରି ସମ୍ବଲପୁରରେ ସଂକ୍ରମଣ ହାର ୪୬.୬%, ସୁନ୍ଦରଗଡ଼ରେ ୩୪.୨% ଓ ଅନୁଗୁଳରେ ୩୪% ରହିଥିବା ନେଇ ତଥ୍ୟ ମିଳିଛି ।
ଅପରପକ୍ଷରେ ଖୋର୍ଦ୍ଧାରେ ସଂକ୍ରମଣ ହାର ୩୩.୩%, କଟକରେ ୨୭.୫% ରହିଥିବା ଜଣାପଡ଼ିଛି । ପୁଡ଼ୁଚେରୀର ୟାନମ ଜିଲ୍ଲା ଦେଶରେ ସର୍ବାଧିକ ସଂକ୍ରମିତ ହୋଇଥିବାବେଳେ ଏଠାରେ ସଂକ୍ରମଣ ହାର ୯୧%ରୁ ଉଦ୍ଧ୍ୱର୍ ରହିଛି ।
Powered by Froala Editor