ଛତିଶଗଡ଼ ସୁରଜପୁର ଜିଲ୍ଲାରେ ଭୂକମ୍ପ, ଭୟରେ ବାହାରକୁ ଦୌଡିଲେ ଲୋକେ

ଗୁରୁବାର ଭୂକମ୍ପରେ ଥରିଲା ଛତିଶଗଡ଼। ସୁରଜପୁର ଜିଲ୍ଲାରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ ସୂଚନା ଦେଇଛନ୍ତି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୦ ଥିଲା। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠ ଠାରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ଥିଲା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ ସୂଚନା ଦେଇଛନ୍ତି।
ଗତ ଏକ ମାସ ମଧ୍ୟରେ ତୃତୀୟ ଥର ପାଇଁ ରାଜ୍ୟର ଉତ୍ତର ଅଞ୍ଚଳର ଜିଲାଗୁଡିକରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପ ଝଟ୍କା ଅନୁଭୂତ ହେବା ପରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ୪ ଦିନ ପୂର୍ବେ ଉତ୍ତର ବିହାରର ଅନେକ ଅଞ୍ଚଳରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ବିହାରର ସୀତାମଢ଼ି, ମୁଜଫରପୁର, ଭାଗଲପୁର ଭୂମିକମ୍ପ ହୋଇଥିଲା।
Powered by Froala Editor