୫ରୁ ୧୫ ଯାଏଁ ଦେଶର ସବୁ ଐହିତ୍ୟ ସ୍ମାରକୀରେ ପ୍ରବେଶ ଶୁକ୍ଳ ଛାଡ
ଦେଶର ଐତିହ୍ୟ ସ୍ମାରକୀଗୁଡିକରେ ଆସନ୍ତା ୧୦ ଦିନ ପାଇଁ ପ୍ରବେଶ ଶୁଳ୍କ ଆଦାୟ କରାଯିବ ନାହିଁ। ଆସନ୍ତା ଅଗଷ୍ଟ ୫ରୁ ପର୍ଯ୍ୟଟକମାନେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଦେଶର ଐତିହ୍ୟ ସ୍ମାରକୀଗୁଡିକରେ ମାଗଣା ପ୍ରବେଶ କରିପାରିବେ। ବୁଧବାର ଭାରତ ସରକାରଙ୍କ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ସମଗ୍ର ଦେଶ ୭୫ତମ ସ୍ଵାଧୀନତାର ସମାରୋହ ଭାବେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ବୁଧବାର ଏହାର ସୂଚନା ଦେଇଛନ୍ତି।
ବୁଧବାର ସାମାଜିକ ଗଣମାଧ୍ୟମରେ ରେଡ୍ଡୀ ଏଏସଆଇର ଘୋଷଣାକୁ ଉଲ୍ଲେଖ କରିଛନ୍ତି। ଏଥିରେ କୁହାଯାଇଛି, ଅମୃତ ମହୋତ୍ସବ ଉପଲକ୍ଷେ ଅଗଷ୍ଟ ୫ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କୌଣସି ବି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକ ସହିତ ପ୍ରତ୍ଵତତ୍ତ୍ଵ ସ୍ଥଳ ଏବଂ ସଂଗ୍ରହାଳୟରେ ପ୍ରବେଶ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ। ପର୍ଯ୍ୟଟକମାନଙ୍କ ପାଇଁ ୫ ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଦେଶର ସମସ୍ତ ସଂରକ୍ଷିତ ସ୍ମାରକୀ କିମ୍ବା ସ୍ଥାନଗୁଡିକରେ ମାଗଣା ପ୍ରବେଶ କରିପାରିବେ।
Powered by Froala Editor