କଡ଼ା ସୁରକ୍ଷାରେ ତାଇୱାନରେ ପହଞ୍ଚିଲେ ପେଲୋସି, ରାଗରେ ଜଳୁଛି ଚାଇନା

ଚୀନର ଧମକ ଭିତରେ ଆମେରିକାର ବାଚସ୍ପତି ନାନ୍ସି ପେଲୋସି ତାଇୱାନରେ ପହଞ୍ଚିଛନ୍ତି । ଏହାକୁ ନେଇ ଚାଇନା ଏବେ ରକ୍ତମୁଖା ହେବାରେ ଲାଗିଛି। ପେଲୋସିଙ୍କୁ ସ୍ବାଗତ କରିବା ପାଇଁ ତାଇପେଇ ବିମାନ ବନ୍ଦରରେ ତାଇୱାନ ରାଷ୍ଟ୍ରପତି ତାଙ୍କୁ ସ୍ୱାଗତ କରିଥିଲେ । ନାନ୍ସି ପେଲୋସିଙ୍କୁ ସୁରକ୍ଷାରେ ୨୨ଟି ବିମାନ ନିୟୋଜିତ କରାଯାଇଥିଲା । ଏହି ବିମାନ ଗୁଡିକ ନାନ୍ସଙ୍କ ବିମାନକୁ ଏକ୍ସର୍ଟ କରିଥିଲେ । ଜାପାନ ମିଡିଆ ରିପୋର୍ଟ ଅନୁସାରେ ଆମେରିକା ବାୟୁସେନାର ୧୩ ବିମାନ ପେଲୋସିଙ୍କୁ ତାଇୱାନରେ ସୁରକ୍ଷା ଯୋଗାଇବେ । ଏଥିରେ ଆଠଟି ଯୁଦ୍ଧ ବିମାନ ମଧ୍ୟ ସାମିଲ ଅଛି ।
ଗତ ୨୫ ବର୍ଷ ମଧ୍ୟରେ ଏହା କୌଣସି ଆମେରିକୀୟ ଅଧିକାରୀଙ୍କ ପ୍ରଥମ ତାଇଓ୍ବାନ ଗସ୍ତ। ପେଲୋସିଙ୍କ ବିମାନ ସହିତ ୮ଟି ଆମେରିକୀୟ ଯୁଦ୍ଧ ବିମାନ ଏବଂ ଇନ୍ଧନ ବିମାନ ମଧ୍ୟ ଉଡ଼ାଣ ଆରମ୍ଭ କରିଥିଲେ। ପେଲୋସି ତାଇଓ୍ବାନରେ ପହଞ୍ଚିବା ପରେ ଚାଇନା ପୁଣି ଥରେ ଧମକ ଦେଇଛି। ତାଇୱାନକୁ ନେଇ ଆମେରିକାର ଆଗ୍ରହ୍ୟ ବଢିବା ପରେ ଚାଇନା ବଚଳିତ ହୋଇ ଉଠିଛି । ଚାଇନା କହିଛି ଯେ, ନିଆଁ ସହିତ ଖେଳୁଥିବା ଲୋକେ ନିଜେ ଜଳି ଯାଇଥାନ୍ତି।
ଅନ୍ୟପଟେ ରିପୋର୍ଟ ଅନୁସାରେ, ତାଇୱାନ ନିକଟରେ ଚାଇନା ସେନା ମିଲିଟାରୀ ଡ୍ରିଲ କରୁଛି । ବଢୁଥିବା ଉତ୍ତେଜନାକୁ ନଜରରେ ରଖି ଏହି ଅଞ୍ଚଳରେ ଯାତ୍ରୀ ବିମାନ ଉଡାଣ ଉପରେ ରୋକ ଲଗାଯାଇଛି ।
Powered by Froala Editor