ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ମୁଖ୍ୟ ନିହତ
ୱାଶିିଂଟନ: ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ମୁଖ୍ୟ ନିହତ । ରବିବାର ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ଅଲ୍ କାଏଦା ମୁଖ୍ୟ ଅଲ୍ ଜଓ୍ୱାହିରି ନିହତ ହୋଇଥିବା ସୂଚନା । ଆଫଗାନିସ୍ଥାନର କାବୁଲ୍ରେ ଆମେରିକା କରିଥିବା ଡ୍ରୋନ୍ ଆକ୍ରମଣରେ ଜଓ୍ୱାହିରିର ମୃତ୍ୟୁ ହୋଇଛି । ଜଓ୍ୱାହିରିର ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।
ଜଓ୍ୱାହିରିର ମୃତ୍ୟୁକୁ ନେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି ଏବେ ନ୍ୟାୟ ମିଳିଛି । ୯/୧୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡ ଥିଲା ଅଲ୍ ଜଓ୍ୱାହିରି । ସେହି ଆକ୍ରମଣରେ ୨ ହଜାର ୯୭୭ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୧ ବର୍ଷ ଧରି ଜଓ୍ୱାହିରିକୁ ଖୋଜୁଥିଲା ଆମେରିକା । ବର୍ଷେ ହେବ କାବୁଲରେ ଲୁଚି ରହିଥିଲା ଜଓ୍ୱାହିରି ।ବାଇଡେନ ଆହୁରି କହିଛନ୍ତି, ଯେତେ ସମୟ ଲାଗୁ ନା କାହିଁକି, କେଉଁଠାରେ ଲୁଚି ରହିଲେ ବି ସେ ଆମ ଲୋକଙ୍କ ପାଇଁ ବିପଦ ଥିଲା । ୨୧ ବର୍ଷ ପରେ ଆମେରିକା ଜଓ୍ୱାହିରିକୁ ଖୋଜି ପାଇବାରେ ସଫଳ ହୋଇଛି । ଦେଶକୁ ରକ୍ଷା କରିବା ପାଇଁ ଆମେ କଦାପି ପଛଘୁଞ୍ଚା ଦେବୁ ନାହିଁ । ଅକ୍ଟୋବର ୨୦୦୦ରେ ୟୁଏସଏସରେ ଆତ୍ମଘାତୀ ବିସ୍ଫୋରଣ ସମେତ ଜଓ୍ୱାହିରି ଅନ୍ୟ ହିଂସାକାଣ୍ଡ ଘଟାଇବା ନେଇ ମଧ୍ୟ ଯୋଜନା କରୁଥିବା କହିଛନ୍ତି ବାଇଡେନ ।
Powered by Froala Editor