ମେଡିକାଲ କଲେଜରେ ରାଗିଂ : ଜୁନିୟରଙ୍କୁ ପିଟି ଛୁଟି ଟାଣିଲେ ସିନିୟର
ମଧ୍ୟପ୍ରଦେଶରେ କଲେଜ କ୍ୟାମ୍ପସରେ ଘଟିଥିବା ଏକ ରାଗିଂ ଘଟଣା ଏବେ ସବୁ ସୀମା ଟପି ଯାଇଛି। ମଧ୍ୟପ୍ରଦେଶ ରତ୍ଲାମ ଜିଲ୍ଲାର ସରକାରୀ ମେଡିକାଲ କଲେଜରେ ଜୁନିଅର ଏମ୍ବିବିଏସ୍ ଛାତ୍ରମାନଙ୍କୁ ରାଗିଂ କରିଛନ୍ତି ସିନିୟର ଛାତ୍ର। ହଷ୍ଟେଲ ଭିତରେ ଜୁନିଅର ଛାତ୍ରଙ୍କୁ ଲାଇନ୍ରେ ଠିଆ କରି ସିନିୟରମାନେ ଚାପୁଡା ମାରିଛନ୍ତି । ଜୁନିଅର ଛାତ୍ରଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଳଜ କରିବା ସହ କେଶ ଧରି ଭିଡିଛନ୍ତି। ଜୁନିଅର ଛାତ୍ରଙ୍କ ପ୍ରତି ସିନିୟର ଛାତ୍ରଙ୍କ ଏଭଳି ରାଗିଂର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଘଟଣାକୁ ନେଇ ଫିଜିଓଲୋଜି ବିଭାଗର ଡକ୍ଟର ଜଗଦୀଶ ହୁଣ୍ଡେକରୀ କହିଛନ୍ତି, ୨୦୨୨ ବ୍ୟାଚର ଜୁନିଅର ଛାତ୍ରଙ୍କୁ ୨୦୨୧ ବ୍ୟାଚ୍ ଛାତ୍ରଙ୍କ ରାଗିଂ କରୁଥିବା ଭିଡିଓ ତାଙ୍କୁ ହଷ୍ଟେଲ ୱାର୍ଡେନ ଦେଇଛନ୍ତି। ସେହିଦିନ ହିଁ ନ୍ୟାସନାଲ ମେଡିକାଲ କମିଶନଙ୍କ ହେଲ୍ପଲାଇନ ମାଧ୍ୟମରେ କଲେଜ ପ୍ରଶାସନକୁ ଏହି ବିଷୟରେ ଅବଗତ କରାଯାଇଛି। ରାଗିଂ ଘଟଣାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଛାତ୍ରମାନଙ୍କୁ ଛଅ ମାସ ପାଇଁ ହଷ୍ଟେଲରୁ ସ୍ଥାୟୀ ଭାବେ ବହିଷ୍କାର କରିବାକୁ କମିଟି ସୁପାରିଶ କରିଛି। ସେପଟେ ଏହି ରାଗିଂ ଭିଡିଓ ଭାଇରାଲ ହେବା ପରେ ଏହାକୁ ନିନ୍ଦା କରାଯାଇଛି।
Powered by Froala Editor