ଖାଲି ପେଟରେ କରନ୍ତୁ ନାହିଁ ଏହି କାମ
ଖାଲିପେଟରେ ଅନେକ ସମୟ ରହିବା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଅଧ୍ୟୟନରୁ ଜଣାପଡିଛିଯେ, ଜଣେ ବ୍ୟକ୍ତି ଭୋକିଲା ଥିବାବେଳେ ଭଲ ନିଷ୍ପତ୍ତି ନେଇପାରେ ନାହିଁ । ଭୋକିଲା ଥିବା ସମୟରେ ଯଦି ଆପଣ କିଛି କାମ କରନ୍ତି ତେବେ ଏହା ସର୍ବଦା ଭୁଲ୍ ହୋଇଥାଏ । ତେଣୁ ସବୁବେଳେ ଖାଲିପେଟରେ କାମ କରିବା ଠାରୁ ଦୂରେଇ ରହିବା ଉଚିତ୍ ।
ଭୋକିଲା ସମୟରେ ସମୟରେ ଅଧିକ ଚାପ ହେତୁ ଆପଣଙ୍କ କ୍ରୋଧ ମଧ୍ୟ ଥାଇପାରେ । ଏଥିପାଇଁ କୌଣସି କାର୍ଯ୍ୟରେ ମନ ଲାଗେନାହିଁ ।
ଭୋକିଲା ରହିବା ଦ୍ୱାରା ଶରୀରର ଚିନ୍ତା କରିବା କ୍ଷମତା ହ୍ରାସ ପାଏ । ପେଟର ପାକସ୍ଥଳୀରେ ଥିବା ଗ୍ରେଲିନ୍ ନାମକ ଏକ ଭୋକ ହରମୋନ୍ ମସ୍ତିଷ୍କକୁ ପ୍ରଭାବିତ କରିଥାଏ । ଯାହା ନିଷ୍ପତି ନେବା କ୍ଷମତା ଉପରେ ଖରାପ ପ୍ରଭାବ ପକାଇଥାଏ ।
ଏହି ସମୟରେ ସାଙ୍ଗ, ସାଥିଙ୍କ ସହିତ ଯୁକ୍ତି କରନ୍ତୁ ନାହିଁ କି, ସେମାନଙ୍କ ଉପରେ କ୍ରୋଧିତ ହୁଅନ୍ତୁ ନାହିଁ । କାରଣ ଏହା ଆପଣଙ୍କ କଥାବାର୍ତ୍ତାକୁ ଖରାପ କରିପାରେ ।
ଏହି ସମୟରେ ସପିଂ କରନ୍ତୁ ନାହିଁ । ଯଦି ଖାଲି ପେଟରେ ସପିଙ୍ଗ କରନ୍ତି ତେବେ ଭୁଲଭାଲ ଜିନିଷ କିଣିପାରନ୍ତି । ଏଥିପାଇଁ ପରେ ଆପଣ ବିରକ୍ତିଭାବ ପ୍ରକାଶ କରିପାରନ୍ତି ।
ଖାଲିପେଟରେ ବ୍ୟାୟାମ କରନ୍ତୁ ନାହିଁ । କିଛି ଲୋକ ଭାବନ୍ତି ଖାଲିପେଟରେ ବ୍ୟାୟାମ କରିବା ଦ୍ୱାରା ଅଧିକ ଚର୍ବି ହ୍ରାସ ହୋଇଥାଏ । ତେବେ ଏହା ସମ୍ପୂର୍ଣ୍ଣ ଭୁଲ୍ । ତେଣୁ ବ୍ୟାୟାମ କରିବା ପୂର୍ବରୁ କିଛି ହାଲୁକା ଖାଦ୍ୟ ଖାଆନ୍ତୁ ।
ଖାଲିପେଟରେ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଖାଲିପେଟରେ ମସଲାଯୁକ୍ତ ଖାଇବା ଦ୍ୱାରା ପେଟ ଖରାପ ହୋଇଥାଏ । ରାଗକୁ ଏଡାଇବା ପାଇଁ ପ୍ରଥମେ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ଫଳ
ଏବଂ ବାଦାମ ସହିତ ଆପଣଙ୍କ ଦିନ ଆରମ୍ଭ କରିବା ଉଚିତ୍ । ଯଦି ଆପଣ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି, ତେବେ ଏହାକୁ ଅପରାହ୍ନରେ ଖାଆନ୍ତୁ ।
ଏପରିକି ଖାଲି ପେଟରେ ମଦ୍ୟପାନରୁ ଦୂରେଇ ରହିବା ଉଚିତ୍, କାରଣ ଏହା ଶରୀରକୁ ଶୀଘ୍ର ପ୍ରଭାବିତ କରିଥାଏ ।
Powered by Froala Editor