ଶୂନ୍ୟକାଳରେ ପୁଣି ଉଠିଲା କାଶିପୁର ଝାଡାବାନ୍ତି ପ୍ରସଙ୍ଗ
ଭୁବନେଶ୍ୱର : ବିଧାନସଭା ଶୂନ୍ୟକାଳରେ ପୁଣ କାଶିପୁର ଝାଡାବାନ୍ତି ପ୍ରସଙ୍ଗ ଉଠିଛି । ବିଜେପି କହିଛି କାଶିପୁରରେ ଝାଡାବାନ୍ତିରେ ୧୪ ଜଣଙ୍କ ମୃତୁ୍ୟ ହୋଇଛି ସେଠାକାର ବାସ୍ତବ ଚିତ୍ର ସରକାରଙ୍କ କାଗଜଠାରୁ ପୂରା ଅଲଗା । ପ୍ରତିବର୍ଷ ଏପରି ଘଟଣା ଘଟୁଛି, ତେଣୁ ସରକାର ଦୀର୍ଘମିଆଦି ଯୋଗନା କରନ୍ତୁ । ଏହାସିହତ ବିଜେପି ଆହୁରି ମଧ୍ୟ କହିଛି ଯେ, ସମସ୍ତଙ୍କୁ ରାସନକାର୍ଡ ମିଳୁନି, ଅମ୍ଭ ଟାକୁଆ ଭଳି ଅଖାଦ୍ୟ ଖାଉଛନ୍ତି । କାରଖାନା ପାଣି ପାଇଁ ଝାଡାବାନ୍ତି ବ୍ୟାପୁଛି । ମୃତୁ୍ୟ ସଂଖ୍ୟା ୧୪, ସରକାର କହୁଛନ୍ତି ୯, ବାକି ୫ କେମିତି ମଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ମୋହନ ମାଝୀ । ମୋହନ କହିଛନ୍ତି ସେହି ପାଂଚ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ବିଧାନସଭାରେ ରଖାଯାଉ । ଉକôଳ ଆଲୁମିନା ସେଠି ଦୂଷିତ ପାଣି ଛାଡୁଥିବାରୁ ଝାଡାବାନ୍ତି ବ୍ୟାପିଛି । ତେଣୁ ବିଧାନସଭା ପକ୍ଷରୁ ସର୍ବଦଳୀୟ ଟିମ୍ କରାଯାଇ ଅନୁଧ୍ୟାନ ହେଉ ବୋଲି ମୋହନ ମାଝି କହିଛନ୍ତି ।
ଅନ୍ୟପଟେ ଝାଡାବାନ୍ତି ଦ୍ୱାରା ଅବିଭକ୍ତ କୋରାପୁଟରେ ୧୭ ମୃତୁ୍ୟ ଘଟିଛି ବୋଲି ତାରା ପ୍ରସାଦବାହିନୀ ପତି କହିଛନ୍ତି । ସେ କହିଛନ୍ତି ଉକôଳ ଆଲମିନା ଏଗ୍ରିମେଣ୍ଟ ମାନୁନି, ଜାଣିଶୁଣି ଦୂଷିତ ପାଣି ଛାଡୁଛି ତଦନ୍ତ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ କମିଟି ଗଠନ ହେଉ ।
Powered by Froala Editor