ଏହି ଡାଲି ଖାଇ ତ୍ୱଚାକୁ ଚିକ୍କଣ କରନ୍ତୁ
ଆଜିକାଲି ସମସ୍ତେ ସୌନ୍ଦର୍ଯ୍ୟ ପଛରେ ଧାଇଁଛନ୍ତି । କାରଣ ସୁନ୍ଦର ତ୍ୱଚା ହିଁ ମନକୁ ସକରାତ୍ମକ ଭାବନା ଦେଇଥାଏ । ଆପଣଙ୍କ ତ୍ୱଚାକୁ ଚିକ୍କଣ ଏବଂ ଚକ୍ଚକ୍ କରିବାପାଇଁ କୌଣସି କ୍ରିମ୍ କିମ୍ବା ପ୍ରସାଧନ ସାମଗ୍ରୀର ଆବଶ୍ୟକତା ନାହିଁ । ସେଥିପାଇଁ ଦୈନନ୍ଦିନ ଜୀବନରେ ସଠିକ ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ୍ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମସୁର ଡାଲି ଖାଇବା ଦ୍ୱାରା ଆପଣଙ୍କ ଚେହେରାର ଚମକ ବହୁଗୁଣିତ ହୋଇଯିବ ।
ସୁନ୍ଦରତା ପାଇଁ ଝିଅମାନେ ଅନେକ ବୁ୍ୟଟି ପ୍ରଡକ୍ଟର ବ୍ୟବହାର କରନ୍ତି । କିନ୍ତୁ ଆପଣ ଯଦି ନିୟମିତ ଖାଦ୍ୟରେ କଳା ମସୁର ସାମିଲ କରନ୍ତି ତେବେ କେବଳ ମୁଖ ନୁହେଁ ସମଗ୍ର ଶରୀରର ଚର୍ମ ଉଜ୍ଜ୍ୱଳ କରିବ । ଆପଣଙ୍କ ଚର୍ମର ଚମକ ଓ ଦାଗ ଦୂର କରିବା ପାଇଁ କଳା ମସୁର ଡାଲି ଅତ୍ୟନ୍ତ ଲାଭଦାୟକ ଓ ପ୍ରଭାବଶାଳୀ । ଏହି ମସୁରରେ ପ୍ରାକୃତିକ ଭାବରେ ହାଇଡ୍ରେଟିଂ ଗୁଣ ରହିଛି ଯାହା ଆପଣଙ୍କ ଚର୍ମର କୋଷକୁ ଦୃଢ କରିଥାଏ ।
ଖାଇବା ପଦ୍ଧତି :
ଆୟୁର୍ବେଦ ଅନୁଯାୟୀ ରାତ୍ରି ଭୋଜନରେ କଳା ମସୁର ଖାଇବା ସବୁଠାରୁ ଲାଭଦାୟକ ହୋଇଥାଏ । ଏହି ମସୁର ଡାଲି ଶରୀରକୁ ମଜଭୁତ କରିବାପାଇଁ କାର୍ଯ୍ୟ କରିଥାଏ ଏବଂ ପୁଷ୍ଟିକର ଖାଦ୍ୟରେ କିଛିମାତ୍ରାରେ ଭାରି ଥିବାରୁ ଦୁଇରୁ ତିନି ଘଣ୍ଟା ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଦ୍ୱାରା ଚର୍ମ ଅନେକ ଲାଭ ପାଇଥାଏ । ରାତ୍ରି ଭୋଜନରେ କଳା ମସୁର ଖାଇବା ସହିତ, ମନେରଖନ୍ତୁ ଯେ ଏହି ମସୁର ଡାଲି ଘିଅ ସହିତ ଖାଇବା ଉଚିତ୍ । ଯଦି ଏହା ଦେଶୀ ଗାଈ ଘିଅ ଅଟେ, ତେବେ ଏହାର ପୋଷକ ତତ୍ତ୍ୱ ବହୁଗୁଣିତ ହୋଇଯାଏ । ତ୍ୱଚାର ଉଜ୍ଜ୍ୱଳତା ମଧ୍ୟ ସେହି ଅନୁଯାୟୀ ଅଧିକ ଦ୍ରୁତ ଗତିରେ ବଢିଥାଏ । ସପ୍ତାହରେ ଦୁଇରୁ ତିନି ଥର, ଆପଣ ରାତ୍ରି ଭୋଜନରେ କଳା ମସୁର ଖାଇପାରିବେ । ଏହା ଆପଣଙ୍କ ଖାଦ୍ୟର ଉନ୍ନତି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।
Powered by Froala Editor