ରାଜ୍ୟରେ ୧୮ ଜୀବନ ନେଲା କରୋନା
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୮ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ମୋଟ ମୃତୁ୍ୟ ସଂଖ୍ୟା ୨୨୧୫ରେ ପହଁଚିଛି । ଓଡ଼ିଶାରେ ଏଯାବତ ୫ ଲକ୍ଷ ୫୪ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଂଟାରେ ୯୭୯୩ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଦୀର୍ଘଦିନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାର ତଳକୁ ଖସିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪, ବୌଦ୍ଧରେ ୧, ଦେବଗଡ଼ରେ ୧, ଗଜପତିରେ ୧, କଳାହାଣ୍ଡିରେ ୨, ଖୋର୍ଦ୍ଧାରେ ୩, ମାଲକାନାଗିରିରେ ୧, ପୁରୀରେ ୧, ରାୟଗଡାରେ ୨ ଓ ସୁନ୍ଦରଗଡ଼ରେ ୨ ଜଣଙ୍କର ମୃତୁ୍ୟ ଘଟିଛି ।
ଅପରପକ୍ଷରେ ରାଜ୍ୟରେ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି । ଦେଶ ବିଦେଶରୁ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର କରିବାକୁ ମଧ୍ୟ ରାଜ୍ୟ କ୍ୟାବିନେଟରେ ନିଷ୍ପତି ନିଆଯାଇଛି ।
Powered by Froala Editor