ଆଜି ଶପଥ ନେବେ ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର: ଆଜି ଦେଶର ସର୍ବୋଚ୍ଚ ସାମ୍ବାଧାନିକ ପଦରେ ବସିବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ସେ ଶପଥ ନେବେ। ଏଥିପାଇଁ ସଂସଦ ଭବନର ସେଣ୍ଟ୍ରାଲ୍ ହଲ୍ରେ ସ୍ଵତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ଓଡ଼ିଆ ଝିଅଙ୍କ ଏହି ସଫଳତା ପାଇଁ ରାଇରଙ୍ଗପୁରରୁ ରାଇସିନା ହିଲ୍ ଯାଏଁ ଚତୁର୍ଦ୍ଦିଗ ଉତ୍ସବ ମୁଖରିତ ହୋଇ ଉଠିଛି। ରାଇରଙ୍ଗପୁର ସମେତ ଦ୍ରୌପଦୀ ମୁର୍ମୁଙ୍କ ଗାଁ ଉପରବେଡା ଓ ପାହାଡପୁରରେ ଆଦିବାସୀ ଝିଅଙ୍କ ପାଇଁ ସମସ୍ତେ ଉତ୍ସବ ପାଳନ କରୁଛନ୍ତି।
ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୫ ଜୁଲାଇ ଅର୍ଥାତ୍ ସୋମବାର ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଶପଥ ନେବେ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏ.ଭି.ରମଣା, ଦ୍ରୌପଦୀଙ୍କୁ ୧୫ତମ ରାଷ୍ଟ୍ରପତି ଭାବରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। ଏହା ପରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯିବ। ଏହାପରେ ରାଷ୍ଟ୍ରପତିଙ୍କର ସମ୍ବୋଧନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଶପଥଗ୍ରହଣ ସମାରୋହ ସକାଳ ୧୦ଟା ବେଳେ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ହେବ। ଏହି ସମାରୋହରେ ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ସବୁ ରାଜ୍ୟର ରାଜ୍ୟପାଳ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ରାଜନୈତିକ ମିଶନଗୁଡ଼ିକର ପ୍ରମୁଖଙ୍କ ସମେତ ଦୁଇ ସଦନର ସଦସ୍ୟ ଉପସ୍ଥିତ ରହିବେ।
Powered by Froala Editor