ବିଜେପିରେ ସାମିଲ ହୋଇପାରନ୍ତି କୁଳଦୀପ ବିଷ୍ଣୋଇ

କୁଳଦୀପ ବିଷ୍ଣୋଇ ଖୁବଶୀଘ୍ର ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହରିୟାଣା କଂଗ୍ରେସରୁ ବହିଷ୍କୃତ ବିଧାୟକ କୁଲଦୀପ ବିଷ୍ଣୋଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କୁ ଭେଟିବା ପରେ କୁଳଦୀପ ବିଷ୍ଣୋଇ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦୁଇ ସପ୍ତାହ ମଧ୍ୟରେ ବିଜେପି ନେତୃତ୍ୱଙ୍କ ସହ ଏହା ହେଉଛି ବିଷ୍ଣୋଇଙ୍କ ଦ୍ୱିତୀୟ ବୈଠକ ।
ଗତ ମାସରେ କଂଗ୍ରେସ ଦ୍ୱାରା ୫୩ବର୍ଷୀୟ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ରାଜ୍ୟସଭା ନିର୍ବାଚନରେ ବିଷ୍ଣୋଇ ଦଳ ବିରୋଧରେ ଯାଇ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ, ଯାହା କଂଗ୍ରେସକୁ ଭାରି ପଡିଥିଲା । କ୍ରସ ଭୋଟିଂ ପାଇଁ ବରିଷ୍ଠ ନେତା କୁଳଦୀପ ବିଷ୍ଣୋଇଙ୍କୁ ଦଳରୁ ବିଦା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ।
ସେହି ଦିନଠାରୁ ସେ ବିଜେପି ନେତାଙ୍କ ସହ ବୈଠକ କରୁଥିବା ଦେଖାଯାଇଛି। ଏହା ପୂର୍ବରୁ କଂଗ୍ରେସ ବିଧାୟକ କୁଳଦୀପ ବିଷ୍ଣୋଇଙ୍କୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ହୁଡ୍ଡା ଏକ ପ୍ରଶ୍ନର ଜବାବରେ କହିଥିଲେ, ବିଦ୍ରୋହ ପରେ ବି ପାର୍ଟି ବିଷ୍ଣୋଇଙ୍କୁ ବାହାର କରିବ ନାହିଁ । ହୁଡ୍ଡାଙ୍କ ଅନୁସାରେ, ନିଜେ ନୈତିକ ଦାୟିତ୍ୱ ନେଇ ବିଧାନସଭାରୁ ବିଷ୍ଣୋଇ ଇସ୍ତଫା ଦେବା କଥା।
Powered by Froala Editor