ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଉପଭୋଗ କରୁଥିବେ:ବାବୁସାନ

ଭୁବନେଶ୍ଵର : ରାଜଧାନୀର ରାଜରାସ୍ତାରେ ହାଇଡ୍ରାମା ପରେ ବାବୁସାନ ଏବେ ଚେନ୍ନାଇରେ ଅଛନ୍ତି । ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ର ନିଜର ଆଗାମୀ ସିନେମା ଦମନ୍ ର ପ୍ରମୋସନ୍ ପାଇଁ ଚେନ୍ନାଇ ଯାଇଛନ୍ତି । ସେଠାରେ ଥାଇ ସୋସିଆଲ ମିଡିଆରେ ଘଟଣାକୁ ନେଇ ବୟାନ ରଖିଛନ୍ତି ବାବୁସାନ । କହିଛନ୍ତି ଆଉ ପ୍ରକୃତିଙ୍କ ସହ କାମ କରିବିନି । ମୁଁ ଜାଣିଛି ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଉପଭୋଗ କରୁଥିବେ । ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବା ପାଇଁ । ଯେଉଁଥିରେ ପ୍ରକୃତି ମିଶ୍ର ବି ନିମନ୍ତ୍ରିତ ହୋଇଛନ୍ତି । ମୁଁ ଚେନ୍ନାଇ ଆସିଥିଲି ମୋ ପିକ୍ଚର ପ୍ରମୋସନ୍ ପାଇଁ । ତାଙ୍କ ସହ ଆଉ ଗୋଟିଏ ନୂଆ ପିକ୍ଚରର ଆନାଉନ୍ସ କରିବା ପାଇଁ । ମୁଁ ଜାଣିନଥିଲି ଯେ ମୋ ଘରେ ଏତେ ଆସୁବିଧା ଚାଲିଛି ବୋଲି । ଏଇନା ମୁଁ କହୁଛି ଯଦି ଏତେ ଆସୁବିଧା ଅଛି, ମୁଁ ସେ ପିକ୍ଚର ବି କରିବି ନାହିଁ । ଏବଂ ତାଙ୍କ ସାଙ୍ଗରେ ସିନେମା କରିବି ନାହିଁ । ଦରକାର ପଡ଼ିଲେ କୌଣସି ହିରୋଇନଙ୍କ ସହ କାମ କରିବି ନାହିଁ ବୋଲି କହିଛନ୍ତି ବାବୁସାନ।
ପ୍ରକାଶ ଥାଉକି, ଶନିବାର ସକାଳେ ଭୁବନେଶ୍ଵର ରାଜରାସ୍ତାରେ ଚାଲିଥିଲା ହାଇଭୋଲଟେଜ୍ ଡ୍ରାମା। ଅଭିନେତା ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ମିଳାମିଶାକୁ ବିରୋଧ କରି ପ୍ରକୃତିଙ୍କୁ ପିଟିଲେ ବାବୁସାନ୍ଙ୍କ ପତ୍ନୀ ତୃପ୍ତି।
Powered by Froala Editor