ରେଳବାଇରେ ଚାକିରି ଦେବାକୁ ଡାକି ଗଣଦୁଷ୍କର୍ମ

ଦିଲ୍ଳୀର ରେଳ ଷ୍ଟେସନ୍ ରେ ଜଣେ ମହିଳା ଏଠାରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ସତିଶ କୁମାର(୩୫ ), ବିନୋଦ କୁମାର(୩୮), ମଙ୍ଗଲଚାନ୍ଦ ମୀନା(୩୩) ଏବଂ ଜଗଦୀଶ ଚାନ୍ଦ(୩୭)। ଶୁକ୍ରବାର ରାତି ପ୍ରାୟ ୨.୩୦ ସମୟରେ ମହିଳା ପୁଲିସ୍କୁ ଫୋନ୍ କରି ଅଭିଯୋଗ କରିବା ପରେ ଏହି ମାମଲାରେ ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି।
ଘଟଣାଟି ଶୁକ୍ରବାର ଭୋରୁ ଘଟିଥିବା ଦିଲ୍ଲୀ ପୁଲିସ୍ ସୂଚନା ଦେଇଛି। ୨ ଜଣ ରେଳ କର୍ମଚାରୀ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ୨ ଜଣ ଦୁଷ୍କର୍ମ ହେଉଥିବା ରୁମ୍କୁ ଜଗି ରହିଥିଲେ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ସତିଶ କୁମାର ମହିଳାଙ୍କୁ ୨ ବର୍ଷ ହେବ ଜାଣନ୍ତି। ସେ ରେଳବାଇରେ ଚାକିରି ଦେବା ପ୍ରଲୋଭନ ଦେଖାଇ ମହିଳାଙ୍କୁ ସେଠାକୁ ଡାକିବା ସହ ନିଜର ଅନ୍ୟ ବନ୍ଧୁଙ୍କ ସହ ପରିଚିତ କରାଇଥିବା ମହିଳା ତାଙ୍କ ଅଭିଯୋଗରେ କହିଛନ୍ତି।
Powered by Froala Editor