‘କାଲି ପାଇଁ କାଲିର ସିନେମା’କୁ ବେଷ୍ଟ ବୁକ୍ ଅନ୍ ସିନେମା ପୁରସ୍କାର
୬୮ ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୦ ଘୋଷଣା ହୋଇଛି। ଏଥିରେ ଓଡ଼ିଆ ସିନେ ସାମ୍ବାଦିକ ତଥା ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’କୁ ବେଷ୍ଟ ବୁକ୍ ଅନ୍ ସିନେମା ପୁରସ୍କାର ମିଳିଛି। ‘କାଲି ପାଇଁ କାଲିର ସିନେମା’ ପୁସ୍ତକରେ ପୁରୁଣା ଦିନର ଫିଲ୍ମ ବିଷୟରେ ଖୁବ ବର୍ଣ୍ଣନା କରାଯାଇଛି। ସେତେବେଳେର ଫିଲ୍ମ କେମିତି ହେଉଥିଲା ଏହାର କାହାଣୀ ଓ ଅଭିନେତା ଚୟନ କିପରି ହୋଇଥିଲା ଏସବୁକୁ ଆଧାର କରି ଏହି ପୁସ୍ତକ ଲେଖାଯାଇଛି।
ପାଖାପାଖି ତିନି ଦଶନ୍ଧି ଧରି ଓଡ଼ିଆ ସିନେ ସାମ୍ବାଦିକ ଭାବରେ କାର୍ଯ୍ୟରତ ଥିବା ସୂର୍ଯ୍ୟ ଦେଓ ଖବର କାଗଜ, ୱେବ୍ସାଇଟ୍ ଓ ମାଗାଜିନ୍ରେ ମଧ୍ୟ ସିନେମା ସମ୍ବନ୍ଧିତ ସ୍ତମ୍ବ ଲେଖି ଅନେକ ପ୍ରଶଂସା ସାଉଁଟିଛନ୍ତି। ସୋନପୁର ଲୁପୁରପଙ୍ଖରେ ଜନ୍ମ ହୋଇଥିବା ସୂର୍ଯ୍ୟ ଦେଓ ଚାହାଳୀରୁ ପାଠପଢା ଆରମ୍ଭ କରିଥିବା ସୂର୍ଯ୍ୟ ଦେଓ ସେହିଠାରୁ ହିଁ ସଂଗୀତ ଓ କଲା ପ୍ରତି ଆକୃଷ୍ଟ ହୋଇଥିଲେ। ତାଙ୍କ ଜେଜେମା ଜଣେ ଭଲ ଛାନ୍ଦ ଗାୟିକା ଥିଲେ। ତେଣୁ ପରିବାରରେ କଳା ଥିବାରୁ ସେ ଏଥିପ୍ରତି ଆକୃଷ୍ଟ ହୋଇଥିଲେ। ଏଥିପାଇଁ ସେ ସିନେମା ସଂଗୀତ ଏସବୁର ଇତିହାସକୁ କାଗଜରେ ଲିପିବଦ୍ଧ କରି ରଖିବାକୁ ଚିନ୍ତା କରି ଏହି ପୁସ୍ତକ ଲେଖିଥିଲେ ।
Powered by Froala Editor