ଆଇଏଲଏସ ନିର୍ଦ୍ଧେଶକ ଡା.ଅଜୟ ପରିଡାଙ୍କ ହୃଦଘାତରେ ଦେହାନ୍ତ

ଭୁବନେଶ୍ୱର: ଆଇଏଲଏସ ନିଦେ୍ର୍ଧଶକ ଡା.ଅଜୟ ପରିଡାଙ୍କ ମାତ୍ର ୫୮ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରେ ହୃଦଘାତରେ ଆଜି ସକାଳେ ତାଙ୍କ ମୃତୁ୍ୟ ହୋଇଛି । ଏପରି ଅକାଳ ବିୟୋଗ ତାଙ୍କ ପରିବାର ସମେତ ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି ।
ସୂଚନା ଅନୁସାରେ ଆଜି ସକାଳେ ଗୌହାଟୀସ୍ଥିତ ନିଜ ହୋଟେଲ ରୁମ୍ରେ ଡା. ପରିଡାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ଅମାୟିକ, ନିଷ୍କପଟ ଓ ଜ୍ଞାନୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗ ସମଗ୍ର ରାଜ୍ୟବାସୀଙ୍କୁ ଏକ ଶକ୍ତ ଝଟକା ଦେଇଛି ।
ଯାଜପୁରର ଭଗବାନପୁରରେ ଜନ୍ମ ଗ୍ରହଣ କରିଥିଲେ ଡା. ଅଜୟ ପରିଡ଼ା । ବିଜ୍ଞାନ ଓ କୃଷି କ୍ଷେତ୍ରକୁ ଅନୁଳନୀୟ ଅବଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । କ୍ୟାରିଅରର ପ୍ରାଥମିକ ପର୍ଯ୍ୟାୟରେ କୃଷି ଉପରେ ବହୁ ଗବେଷଣା କରିଥିଲେ । ପାଣିପାଗ ପରିବର୍ତ୍ତନର ପ୍ରଭାବ ଚାଷ, ଚାଷୀ, କୃଷି, କୃଷକ ଉପରେ କ’ଣ ରହିଥିଲା ତାହା ଉପରେ ସେ ଗଭୀର ଗବେଷଣା କରିଥିଲେ ।
Powered by Froala Editor