ଫ୍ଲାଟରେ ରହୁଛନ୍ତି କି? ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ
ଭୁବନେଶ୍ୱର : ଆଜିର ଯୁଗରେ ନିଜ ଜାଗା କିଣି ଘର କରିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇ ପାରୁନି । ତେଣୁ ସମସ୍ତେ ଫ୍ଲାଟ କିଣି ରହିବାକୁ ପସନ୍ଦ କରୁଛନ୍ତି । ତେବେ ଆପଣବି ଯଦି ଫ୍ଲାଟରେ ରହୁଛନ୍ତି ତେବେ କିଛି ବିଷୟ ପ୍ରତି ଧ୍ୟାନ ରଖିବା ଆବଶ୍ୟକ ।
ଆପଣ ଫ୍ଲାଟରେ ରହୁଥିଲେ ଜଣେ ପଡୋଶୀ ବିରୁଦ୍ଧରେ ଆଉ ଜଣେ ପଡୋଶୀକୁ ଆଦୌ କୁହନ୍ତୁ ନାହିଁ । ଚାକରାଣୀ ସାମ୍ନାରେ କାହା ବିରୁଦ୍ଧରେ ଗପନ୍ତୁ ନାହଁ କି ନିହାତି ଅସୁବିଧା ନ ଥିଲେ ନିଜର ଛୋଟ ଛୋଟ ପିଲାଙ୍କୁ ପଡୋଶୀଙ୍କୁ ପାଖରେ ଛାଡି ଦେଇ ବାହାରକୁ ଯାଆନ୍ତୁ ନାହିଁ । ଏଥିରେ ଆପଣ ସିନା ଚାପମୁକ୍ତ ହେଇଯିବେ କିନ୍ତୁ ପଡୋଶୀ ସମସ୍ୟାରେ ପଡିବେ ।
ଫ୍ଲାଟରେ ଖରାଦିନେ ଅନେକ ସମୟରେ ପାଣିରେ ସମସ୍ୟା ଦେଖାଦିଏ । ତଳ ଫ୍ଲାଟରେ ରହୁଥିବା ଲୋକଙ୍କୁ ଏତେଟା ଅସୁବିଧା ହୁଏନି । କିନ୍ତୁ ଉପର ଫ୍ଲାଟ ଲୋକ ବହୁତ ହଇରାଣ ହୋଇଥାନ୍ତି । ତେଣୁ ତଳ ଘରେ ରହୁଥିବା ଲୋକ ଉପରେ ଘରେ ରହୁଥିବା ଲୋକଙ୍କ ସମସ୍ୟା ବୁଝିବା ବିବେକର ପରିଚୟ ।
ପ୍ରାସାଦର ତଳେ ପାର୍କିଂ ଜାଗାରେ ଗାଡି ରଖନ୍ତୁ । ବିଲଡିଂ ଚୌକିଦାରକୁ ନିଜ କାମରେ ବାହାରକୁ ପଠାନ୍ତୁ ନାହିଁ । କାରଣ ସମସ୍ତେ ଏମିତି କରିବା ଦ୍ୱାରା ସୁରକ୍ଷା ବ୍ୟବସ୍ଥା ଠିକ ରହିବ ନାହିଁ । ତେଣୁ ଏ ବିଷୟରେ ସବୁବେଳେ ଯତ୍ନବାନ ହେବେ । ଯଦି ଆପଣଙ୍କ ଘର ପାଖରେ କୌଣସି ବୃଦ୍ଧ ରୋଗୀ ଥାଆନ୍ତି ବା ପିଲାଙ୍କର ପରୀକ୍ଷା ଥାଏ ତା ହେଲେ ପିଲାମାନଙ୍କୁ ସିଡି ଓ ଆଲୋକର ବ୍ୟବସ୍ଥା କରନ୍ତୁ । ଲିଫଟ, ପାଣି ଆଦି ବିଷୟରେ ମଧ୍ୟ ଫ୍ଲାଟବାସୀ ବିଚାର କରିବେ । ସବୁ ସମସ୍ୟା ମିଳିମିଶି ସମାଧାନ କରିପାରିଲେ ଉତ୍ତମ ।
Powered by Froala Editor