ସଟ୍ସର୍କିଟରେ ମାଲ୍ବାହୀ ଟ୍ରେନ୍ ଓଲଟିଲା, ୧୬ ବଗି ଛିନ୍ଛତ୍ର
![ସଟ୍ସର୍କିଟରେ ମାଲ୍ବାହୀ ଟ୍ରେନ୍ ଓଲଟିଲା, ୧୬ ବଗି ଛିନ୍ଛତ୍ର](https://odishanewslens.com/news_gallery/14878_1658173941.jpg)
ମଧ୍ୟପ୍ରଦେଶର ଝାବୁଆରେ ପଶ୍ଚିମ ରେଲୱେର ରତଲାମ ମଣ୍ଡଳରେ ଏକ ମାଲବାହୀ ଟ୍ରେନ୍ର ୧୬ଟି ବଗି ଓଲଟି ପଡିଛି। ଟ୍ରେନ୍ର ୮ଟି ଗବି ଅପ୍, ୮ଟି ବଗି ଡାଉନ୍ ଲାଇନ୍ ଓ ୬ଟି ବଗି ଅଫ୍ ଲାଇନରେ ବିଛାଡି ହୋଇ ପଡିଛି। ଦୂରଦୂରାନ୍ତ ଯାଏଁ ମାଲବାହୀ ଟ୍ରେନ୍ର ଯନ୍ତ୍ରାଂଶ ଗୁଡିକ ଛିଟିକି ମଧ୍ୟ ପଡିଛି। ମାଲବାହୀ ଟ୍ରେନ୍ର ବଗିରେ ସର୍ଟ ସର୍କିଟ୍ ପରେ ଏହି ଦୁର୍ଘଟଣା ଘଟିଛି। ଏଥିଯୋଗୁ ଦିଲ୍ଲୀ ଓ ମମ୍ବାଇ ମଧ୍ୟରେ ଯାତାୟତ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି।
ଅନେକ ଯାତ୍ରୀବାହୀ ଟ୍ରେନ୍ ପ୍ରଭାବିତ ହୋଇଛି। କେତେକ ଟ୍ରେନ୍ର ଗତିକୁ ବଦଳାଇ ଦିଆଯିବା ସହ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଛି। ସେହିପରି ମଙ୍ଗଳ ମହୁଡିର ଦେଢ଼ କିଲୋମିଟର ଭିତରେ ରେଲୱେର ୨୫ ହଜାର ମେଗା ୱାଟ୍ର ମୁଖ୍ୟ ଲାଇନ୍ ଛିଡି ଯାଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।
ସୂଚନା ମୁତାବକ, ରତଲାମ ଡିଆର୍ଏସ୍ ଓ ରେଲୱେ ଅଧିକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଘଟଣାଗ୍ରସ୍ତ ବଗି ଗୁଡିକୁ ଟ୍ରାକ୍କୁ ହଟାଇବା କାମ ଜାରି ରଖିଛନ୍ତି।
Powered by Froala Editor